Masthead

ମା’ର ଶେଷ ଇଛା ପୂରଣ କଲା ପୁଅ

ପୁରୀ(ବଡ଼ ଖବର ବ୍ୟୁରୋ): ମା’ର ଶେଷ ଇଛା ପୂରଣ କଲା ପୁଅ। ବୋଝରେ ବୋହି ଆଣି କରାଇଲା ଜଗା ଦର୍ଶନ। ଆଜି ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। କଟକ ପାଟସୁନ୍ଦରପୁର ଅଞ୍ଚଳର‌ ବୃଦ୍ଧା ସାରଦା ବେହେରାଙ୍କୁ ତାଙ୍କ ପୁଅ ବୋଝରେ ବୋହି ଆଣି ଆଜି ମହାପ୍ରଭୁଙ୍କ ଦର୍ଶନ କରାଇଛନ୍ତି। ମା ର ଶେଷ ଇଛା ପୂରଣ କରି ସେ ନିଜକୁ ବେଶ୍ ଭାଗ୍ୟବାନ ମନେ କରିଛନ୍ତି।ବୟସର ଅପରାହ୍ନରେ ପହଞ୍ଚିଥିବା ସାରଦା ମହାପ୍ରଭୁଙ୍କ ଟିକେ ଦର୍ଶନ ପାଇଁ ନିଜ ପୁଅକୁ କହିଥିଲେ। ତେବେ କାଳିଆର ଡୋରି ଆଜି ତାଙ୍କୁ ପୁରୀ ଟାଣି ଆଣିଥିଲା।

ସବୁ କଷ୍ଟ ଭୁଲି ମା ଙ୍କୁ ବୋଝରେ ବୋହି ସିଂହଦ୍ଵାର ପାଖକୁ ଆଣିଥିଲେ ପୁଅ। ସେଠାରେ ଥିବା ଶ୍ରୀମନ୍ଦିର ସୁବେଦାର ମଧ୍ୟ ତାଙ୍କୁ ସାହାଯ୍ୟ କରିଥିଲେ। ଶ୍ରୀମନ୍ଦିର ସୁବେଦାର ନିଜେ କାନ୍ଧ ଲଗାଇ ବୋଝ ସାହାଯ୍ୟରେ ବୃଦ୍ଧା ମା ଙ୍କୁ ସିଂହଦ୍ଵାର ପାଖକୁ ନେଇ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଶ୍ରୀମନ୍ଦିର କର୍ମଚାରୀ ମାନେ ବୃଦ୍ଧା ମା ଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ନେଇଥିଲେ। ଜଗା ଦର୍ଶନ କରି ଜୀବନର ସବୁ ଅଭିଳାଷ ପୂର୍ଣ୍ଣ ହୋଇଗଲା ବୋଲି ସାରଦା କହିଥିଲେ। ତେବେ ସାରଦାଙ୍କୁ ତାଙ୍କ ପୁଅ ଏଭଳି ବୋଝରେ ବୋହି ଆଣୁଥିବା ବେଳେ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତ ମାନେ ଶ୍ରବଣ କୁମାରଙ୍କ କଥା ମନେ ପକାଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା