Masthead

ଧାର୍ମିକ ସ୍ଥଳରେ ଦଳାଚକଟା ୪୦ରୁ ଅଧିକ ମୃତ

ଇସ୍ରାଇଲ(ବଡ଼ ଖବର ବ୍ୟୁରୋ): ଶୁକ୍ରବାର ରାତିରେ ଇସ୍ରାଇଲର ଏକ ଧାର୍ମିକ ସ୍ଥଳରେ ଦଳାଚକଟାରେ ଚାଲିଯାଇଛି ୪୪ଜଣଙ୍କ ଜୀବନ । ଅନେକ ଲୋକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଯାହାକୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ବିରାଟ ବିପର୍ଯ୍ୟୟ କହିଛନ୍ତି । ଏହି ଘଟଣା ରାବବି ସିମନ ବାର ୟେଚୋଇଙ୍କ ସମାଧୀ ମାଉଣ୍ଟ ମେରୋନ ପାଖରେ ଘଟିଥିବା ସୂଚନା ମିଳିଛି । ଏଠାରେ ହଜାର ହଜାର ଉଗ୍ରରକ୍ଷଣଶୀଳ ଇହୁଦୀଙ୍କ ଏକ ସମାବେଶ ହୋଇଥିଲା । ବାର୍ଷିକ ଲାଗବିଓମେର ପାଳନ ନିମନ୍ତେ ଏହି ସମାଗମ ହୋଇଥିଲା । ଯେଉଁଥିରେ ସାରା ରାତି ପ୍ରାର୍ଥନା ଓ ନୃତ୍ୟ ଚାଲିଥାଏ ।

ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ବିପଦ ସୂଚନା ଜାରି କରିବା ସତ୍ତେ୍ୱ ମଧ୍ୟ ଲୋକମାନେ ସେଠାରେ ଗହଳି କରିଥିଲେ । ସ୍ଥାନ ଛାଡ଼ି ଯିବାକୁ ଲୋକଙ୍କୁ ପ୍ରଚାର ମାଧ୍ୟମରେ କହିବା ପରେ ଲୋକମାନେ ଏଣେ ତେଣେ ଯିବାକୁ ଲାଗିଲେ । ଅଧିକ ଭିଡ଼ ଥିବା କାରଣରୁ ଦଳାଚକଟା ଆରମ୍ଭ ହୋଇଥିଲା । ତେବେ ଘଟଣା ପରେ ଇସ୍ରାଇଲ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ଫଟୋରେ ଲୋକମାନଙ୍କ ଶବକୁ ପ୍ଲାଷ୍ଟିକରେ ଗୁଡ଼ାଇଥିବା ଦେଖିବାକୁ ମିଳିଛି । ୨୦୨୦ରେ କରୋନା ମହାମାରୀ ପାଇଁ ଏହି ପର୍ବ ବନ୍ଦ ଥିଲା ଯେଉଁ କାରଣରୁ ଚଳିତ ବର୍ଷ ଅତ୍ୟଧିକ ଲୋକଙ୍କ ସମାଗମ ହୋଇଥିଲା । ରିପୋର୍ଟ ଅନୁସାରେ ୩୦ହଜାର ଲୋକଙ୍କ ସମାଗମ ହୋଇଥିଲା ମାଉଣ୍ଟ ମେରୋନକୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି