ଦୁଇ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ରାସ୍ତାରୋକ

ତୁମୁଡ଼ିବନ୍ଧ, (ବଡ଼ଖବର ବ୍ୟୁରୋ): ୫୯ ନମ୍ବର ଜାତୀୟ ରାଜପଥ ବୁଦୁଲିପଦର ଘାଟିରୁ ଦୁଇଜଣ ଯୁବକଙ୍କ ମୃତଦେହ ତୁମୁଡ଼ିବନ୍ଧ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ଦ୍ୱୟ ହେଲେ ସଂକଳ୍ପ ନାୟକ ଓ ତପନ ବେହେରା । ସେମାନଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଳାଗିରହିଛି । ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ସମୟରେ ଦୁର୍ଘଟଣା ନା ହତ୍ୟା ସ୍ପଷ୍ଟ କରିନାହିଁ । ଫଳରେ ମୃତ ଯୁବକଙ୍କ ପରିବାର ଲୋକେ ପୋଲିସର କାର୍ଯ୍ୟଧାରାକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି । ମୃତ ଯୁବକଙ୍କ ପରିବାର ଲୋକେ ଓ  ଜନସାଧାରଣ ନିରପେକ୍ଷ ତଦନ୍ତ ଦାବିରେ ତୁମୁଡିବନ୍ଧ ମେଡିକାଲ ନିକଟ ରାସ୍ତା ଅବରୋଧ କରି ବସିଛନ୍ତି । ନ୍ୟାୟ ଦାବିରେ ଶବ ବ୍ୟବଚ୍ଛେଦ ପାଇଁ ଆଣୁଥିବା ଗାଡ଼ିକୁ ଲୋକେ ଅଟକ ରଖି ଧାରଣାରେ ବସିଛନ୍ତି । ଘଟଣାସ୍ଥଳରେ ତୁମୁଡିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରଫ ଉପସ୍ଥିତ ରହିଥିବା ବେଳେ ଉଭୟ ପାର୍ଶ୍ଵରେ ଏକାଧିକ ଯାନବାହନ ଅଟକି ରହିଛି ।

ମୃତ୍ୟୁର ସମୟ ଏବଂ କାରଣ ଅସ୍ପଷ୍ଟ ଓ ରହସ୍ୟମୟ ହୋଇ ରହିଛି । ବାଲିଗୁଡା ପଟୁ ସଂକଳ୍ପ ଓ ତପନ ନିଜ ଘର ତୁମୁଡିବନ୍ଧକୁ ଶୁକ୍ରବାର ଆସୁଥିଲେ । ତେବେ ଲୋକେ ଘଟଣାସ୍ଥଳରୁ ଶବ ଉଠାଇବା ସମୟରେ ମୃତ ଯୁବକ ଦୁହିଁଙ୍କ ମୋବାଇଲ କିମ୍ବା ମନିପର୍ସ ମିଳିନଥିବା ପୋଲିସ ସୂଚନା ଦେଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’