Masthead

ଓଲଟିଲା ବସ,୨ମୃତ

ରାୟଗଡା,(ବଡ଼ ଖବର ବ୍ୟୁରୋ):

କୋରାପୁଟ ଜିଲା ଲକ୍ଷ୍ମୀପୁରରୁ ବାହାରି କଟକ ଅଭିମୁଖେ ଯାଉଥିବା  ଏକ ଘରୋଇ ବସ  ଫରଚୁନ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ବସଟି ରାସ୍ତାପାଶ୍ୱକୁ ଓଲଟି ପଡିଥିବା ବେଳେ ଦୁର୍ଘଟଣାରେ ଡ୍ରାଇଭର ସମେତ ୨ଜଣଙ୍କ ମୃତ୍ୟୁ ଘଟିଛି । ରାତିର ଅନ୍ଧକାର ଭିତରେ ବସତଳେ ଚାପିହୋଇ ରହିଥିବା ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।
ସୋମବାର ସନ୍ଧ୍ୟାରେ ଲକ୍ଷ୍ମୀପୁରରୁ କଟକ ଅଭିମୂଖେ ବସଟି ଛାଡିଥିଲା । ରାୟଗଡା ବସଷ୍ଟାଣ୍ଡରୁ ପ୍ରାୟ ୩୨ଜଣ ଯାତ୍ରୀଙ୍କୁ ନେଇ ବିଷମକଟକ ରାସ୍ତାଦେଇ ବସଟି କଟକ ଯାଉଥିଲା।   ବିଷମକଟକ ଏବଂ କୁମାରଧାମୁଣିର ମଧ୍ୟଭାଗ ହାଜାରଡାଙ୍ଗ ନିକଟରେ ଏକ ବୁଲାଣିରେ ବସଟି  ଭାରସାମ୍ୟ ହରାଇ ରାସ୍ତାପାଶ୍ୱରେ ପ୍ରାୟ ଥରଥର କରି ୩ଥର ଓଲଟି ସ୍ଥିର ହୋଇଥିଲା । ସେତେବେଳକୁ ବସଟିର ଅବସ୍ଥା ଖଣ୍ଡଖଣ୍ଡ ହୋଇଯାଇଥିବା ବେଳ ସମସ୍ତ ଯାତ୍ରୀମାନେ ବସରେ ଫସିହୋଇ ରହିଥିଲେ । ସ୍ଥାନୀୟ ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ପରେ ବିଷମକଟକ ଦମକଳ ବାହିନୀ ଏବଂ ପୁଲିସ ପହଞ୍ଚି ବସତଳେ ଚାପିହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ଜେସିବି ଏବଂ ହାଇଡ୍ରା ଲଗାଇ ବସକୁ ଉଠାଇବା ପରେ ଭିତରେ ଏବଂ ତଳେ ପଡିଥିବା ଲୋକଙ୍କୁ ବାହାର କରିବାରେ ସକ୍ଷମ ହୋଇଥିଲେ । ତେବେ ବସ ଡ୍ରାଇଭର ଏବଂ ଅନ୍ୟ ଜଣେ ଯାତ୍ରୀ ବସତଳେ ଚାପିହୋଇ ମୃତ୍ୟୁବରଣ କରିଥିଲେ । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ଡ୍ରାଇଭର ଜଣକ ନୟାଗଡ ଜିଲା କଳାପଥର ଗ୍ରାମର ବୋଲି ଜଣାପଡିଛି । ଆହତ ସମସ୍ତଙ୍କୁ ବିଷମକଟକ ସ୍ଥିତ ଖ୍ରୀଷ୍ଟିୟାନ ହସପିଟାଲ ଏବଂ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରାଯାଇଛି। ଜଣଙ୍କର ଅବସ୍ଥା ଗୁରୁତର ହୋଇପଡିଥିବା ବେଳେ ବିଳମ୍ବିତ ରାତିରେ ତାଙ୍କୁ ବିଶାଖପାଟଣା ସ୍ଥାନାନ୍ତର କରାଯାଇଥିବା ଜିଲାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨