Masthead

ବାହାବେଦୀରେ ଏସିଡ ମାଡ଼

ରାଇଘର (ବଡ଼ ଖବର ବ୍ୟୁରୋ):  ବିବାହ ସମୟରେ ଅଜଣା ଦୁର୍ବୃତ୍ତଙ୍କ ଏସିଡ୍ ମାଡ଼ । ବର କନ୍ୟା ସମେତ ୧୨ ଜଣ ଗୁରୁତର । ଛତିଶଗଡ଼ ବସ୍ତର ଜିଲ୍ଲାରେ ଘଟିଛି ଘଟଣା । ବିବାହ ବେଦୀ ଉପରେ କେହି ଜଣେ ଦୁର୍ବୁତ୍ତ ଏସିଡ୍ ମାଡ଼ କରି ଫେରାର୍ ହୋଇ ଯାଇଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଅନ୍ଧାରର ସୁଯୋଗ ନେଇ ଦୁର୍ବୁତ୍ତ ଏଭଳି କାଣ୍ଡ ଘଟାଇ ଥିବାବେଳେ ବର ଓ କନ୍ୟା ସମେତ ନିକଟରେ ଉପସ୍ଥିତ ୧୦ ଜଣ ଏସିଡ୍ ଆକ୍ରମଣର ଶିକାର ହୋଇଥିଲେ ।

ସୂଚନା ଅନୁଯାୟୀ ସୁଧାପାଲ ଗ୍ରାମର ଡମରୁଧର ବଘେଲ ଆମାବାଲ ଗ୍ରାମର ସୁନୀତା କଶ୍ୟପଙ୍କ ସହିତ ବିବାହ ଚାଲିଥିବା ବେଳେ ହଠାତ୍ ବିଦ୍ୟୁତ ଚାଲି ଯାଇଥିଲା । ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ବିବାହ ବେଦୀ ନିକଟରେ ପହଞ୍ଚି ବର ଓ କନ୍ୟା ଉପରେ ଏସିଡ୍ ମାଡ଼ ମାରି ଚମ୍ପଟ୍ ମାରିଥିଲା । ଏହି ସମୟରେ ବର ଓ କନ୍ୟା ସମେତ ବେଦୀ ଆଖପାଖର ଅନେକ ଲୋକ ଏସିଡ୍ ଆକ୍ରମଣର ଶିକାର ହୋଇଥିଲେ । ଘଟଣାସ୍ଲରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ