Masthead

ନିର୍ବାଚନ ପୂର୍ବରୁ ଇଡିର ଆକ୍ସନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଗକୁ ନିର୍ବାଚନ । ରାଜନୈତିକ ମାହୋଲ ସରଗରମ । ଫୁଲ ଦମରେ ଲାଗି ପଡିଛନ୍ତି ସବୁ ଦଳର ନେତା । ସେପଟେ ଏବେ ଫୁଲ ଆକ୍ସନ ମୋଡରେ ରହିଛି ଇଡି । ଜଣେ ପରେ ଜଣକ ଉପରେ କରୁଛି ଚଢଉ । ଗତ ଦୁଇ ମାସ ମଧ୍ୟରେ ଜଣେ ମୁଖ୍ୟମନ୍ତ୍ରୀଙ୍କ ସହ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆଉ ଜଣେ ବରିଷ୍ଠ ନେତ୍ରୀଙ୍କୁ ବାନ୍ଧି ନେଇଛି ଇଡି । କୁହାଯାଉଛି ରାଜନୈତିକ ପ୍ରତିଶୋଧ ପରାୟଣ ହୋଇ ବିଜେପି ବିରୋଧୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଏଭଳି କରୁଛି । କିନ୍ତୁ ବିଜେପି ସଫେଇ ଦେଉଛି ସମସ୍ତ ତଥ୍ୟ ଓ ପ୍ରମାଣ ଆଧାରରେ ହିଁ ଗିରଫ କରାଯାଉଛି । ଆଇନ ତାହା ବାଟରେ ଯାଉଛି । ୧୦୦ କୋଟିର ମଦ ଦୁର୍ନୀତି ଅଭିଯୋଗ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲଙ୍କୁ ଶୁକ୍ରବାର ଗିରଫ କରିଛି ଇଡି । ଖାଲି କେଜ୍ରିୱାଲ କାହିଁକି ଯଦି ଦେଖିବା କିଛି ଦିନ ପୂର୍ବରୁ ଜାନୁଆରୀ ୩୧ରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରନେଙ୍କୁ ଦୁର୍ନୀତି ମାମଲାରେ ଗିରଫ କରିଛି ଇଡି । ସେହିପରି ମାର୍ଚ୍ଚ ୧୫ରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାଙ୍କୁ ସେହି ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ କରିଛି ଇଡି ।
ଅରବିନ୍ଦ କେଜ୍ରିୱାଲ


ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ୯ ଥର ସମନ କରିଥିଲା । କିନ୍ତୁ କୌଣସି ଥର ବି ହାଜର ହୋଇନଥିଲେ କେଜ୍ରିୱାଲ । ଗିରଫଦାରୀ ଆଶଙ୍କାକୁ ଟାଳିବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର କୋର୍ଟ କୌଣସି ପ୍ରକାର ସୁରକ୍ଷା ଦେବାକୁ ମନା କରିଥିଲେ । ଶୁକ୍ରବାର ସନ୍ଧ୍ୟାରେ କେଜ୍ରିୱାଲଙ୍କ ଘରେ ପହଞ୍ଚି ଥିଲା ଇଡି । ଦୁଇ ଘଣ୍ଟା ତଲାସୀ ପରେ ଗିରଫ କରି ନିଜ ହେପାଜତକୁ ନେଇଥିଲେ । ଇଡି ଲକଅପରେ ରାତି କାଟିବା ପରେ ପିଏମଏଲଏ କୋର୍ଟରେ ଇଡି କେଜ୍ରିୱାଲଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ । କୋର୍ଟ ୩ ଘଣ୍ଟା ଧରି ରାୟ ଶୁଣାଣି କରି ରାୟ ସଂରକ୍ଷିତ ରଖିବା ପରେ ୬ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି । ଅନ୍ୟପଟେ କେଜ୍ରିୱାଲ କହିଛନ୍ତି ମୋ ଜୀବନ ଦେଶ ପାଇଁ ଉସôର୍ଗୀକୃତ । ଜେଲ ଭିତରେ ରୁହେ କିମ୍ବା ବାହାରେ ସର୍ବଦା ଦେଶର ସେବା କରିବି । ଇସ୍ତଫା ଦେବାର ପ୍ରଶ୍ନ ଉଠୁନି । ଜେଲରୁ ରହି ଦିଲ୍ଲୀରେ ସରକାର ଚଲାଇବି ।
ହେମନ୍ତ ସୋରେନ


୬୦୦ କୋଟି କୋଇଲା ଦୁର୍ନୀତି ଘଟଣାରେ ଜାନୁଆରୀ ୩୧ରେ ଝାରଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା ଇଡି । ତାଙ୍କୁ ନେଇ ଇଡି ପଚରାପଚରି ମଧ୍ୟ କରିଥିଲା । ପରେ ତାଙ୍କୁ ଗିରଫ କରିଥିଲେ । ୬ ଘଣ୍ଟାକାଳ ଜେରା କରିବା ପରେ ଇଡି ତାଙ୍କୁ କାର୍ଯ୍ୟାଳୟ ନେଉଥିଲେ । କିନ୍ତୁ ସେ ତାଙ୍କ ରାଜଭବନକୁ ଯିବାକୁ ଇଚ୍ଛା କରିଥିଲେ । ଆଉ ସେଠାରେ ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ଦେଇଥିଲେ । ଇସ୍ତଫା ଦେବା କ୍ଷଣି ତାଙ୍କୁ ଗିରଫ କରାଯାଇଥିଲା । ଆଉ ସେତେବେଳକୁ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇସାରିଥିଲେ ।
କେ କବିତା


ମାର୍ଚ୍ଚ ୧୫ । ମଦ ଦୁର୍ନୀତି ମାମଲାରେ ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାଙ୍କୁ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ବା ଇଡି ଗିରଫ କରିଥିଲା । ଦିଲ୍ଲୀରୁ ଅବକାରୀ ନୀତିରୁ ଫାଇଦା ହାସଲ କରିବା ପାଇଁ କ୍ଷମତାସୀନ ଆପ ସାଉଥ ଗ୍ରୁପ ୧୦୦ କୋଟି ଟଙ୍କା ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଗ୍ରୁପର ସଦସ୍ୟ କବିତା ବୋଲି ଇଡି ଚାର୍ଜସିଟରେ ଅଭିଯୋଗ କରିଥିଲା କବିତା ଏହାକୁ ଖଣ୍ଡନ କରିବା ସହ ଇଡିକୁ ନୋଟିସ କରିଥିଲେ । କିନ୍ତୁ କବିତାଙ୍କ ବୟାନ ରେର୍କଡ କରିବା ପାଇଁ ତାଙ୍କୁ ବାରମ୍ବାର ସମନ କରିଥିଲା ଇଡି । ଶେଷର ମାର୍ଚ୍ଚ ୧୫ରେ ହାଇଦ୍ରାବାଦସ୍ଥିତ କବିତାଙ୍କ ବାସଭବନରେ ଆୟକର ବିଭାଗ ଓ ଇଡି ରେଡ କରି ତାଙ୍କୁ ଗିରଫ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ