Masthead

ରାଜନୀତିରେ ଏଣ୍ଟ୍ରି କରିବେ ଅଭିନେତା ଦୀପ ସିଦ୍ଧୁ

ଚଣ୍ଡିଗଡ(ବଡ଼ ଖବର ବ୍ୟୁରୋ):   ରାଜନୀତିରେ ନିଜ କ୍ୟାରିଅର ଗଢିବାକୁ ଯାଉଛନ୍ତି ଲାଲ କିଲ୍ଲା ହିଂସାର ଅଭିଯୁକ୍ତ ତଥା ପଞ୍ଜାବ ଅଭିନେତା ଦୀପ ସିଦ୍ଧୁ । ଜଣାପଡିଛି ଯେ, ଅଭିନେତା ଦୀପ ସିଦ୍ଧୁ ଏବେ ରାଜନୀତିରେ ନୂଆକରି ପାଦ ଥାପିବେ । ନିଜ ନୂଆ ରାଜନୈତିକ ଦଳ ଗଠନ କରି ସେ ବିଧିବଦ୍ଧ ଭାବେ ରାଜନୀତିରେ ପ୍ରବେଶ କରିବେ । ସୂଚନା ଅନୁଯାୟୀ, ଏହି ଅଭିନେତା ବୁଧବାର ଦିନ ଚଣ୍ଡିଗଡରେ ନିଜ ଦଳର ଘୋଷଣା କରିବାର ସମ୍ଭାବନା ଅଛି । ନିଜ ଦଳର ନାଁ ଘୋଷଣା କରିବା ପୂର୍ବରୁ ପଞ୍ଜାବର କିଛି ଅଞ୍ଚଳରେ ଦୀପ ସିଦ୍ଧୁଙ୍କ ଦଳ ଗଠନ ନେଇ ଅନେକ ପୋଷ୍ଟର ଲଗାଯାଇଛି । ତେବେ ସିଦ୍ଧୁଙ୍କ ଦଳକୁ ‘ୱାରିସ ପଞ୍ଜାବ ଦେ’ କୁହାଯିବ ।

ସୂତ୍ରରୁ ଜଣାପଡିଛି ଯେ, ସିଦ୍ଧୁ ଅନେକ କୃଷକ ସଂଗଠନ ସହ ସମ୍ପର୍କରେ ଅଛନ୍ତି । ଅନେକ ରାଜନୈତିକ ନେତାମାନଙ୍କ ସହ ଯୋଗାଯୋଗରେ ଅଛନ୍ତି । ତେବେ ଦିଲ୍ଲୀ କୋର୍ଟରୁ ଜାମିନ ପାଇବା ପୂର୍ବରୁ ସିଦ୍ଧୁ ଦିଲ୍ଲୀ ଲାଲ କିଲ୍ଲା ହିଂସା ମାମଲାରେ ଦୁଇଥର ଗିରଫ ହୋଇଛନ୍ତି । ପୂର୍ବରୁ ହୋଇଥିବା ଲାଲ କିଲ୍ଲା ହିଂସା ମାମଲାରେ ଆନ୍ଦୋଳନକାରୀଙ୍କୁ ଉସକାଇବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଏଭଳି ଘଟଣା ପରେ ସିଦ୍ଧୁ ସେଠାରୁ ଫେରାର ହୋଇଯାଇଥିଲେ । ପରେ ପୋଲିସ ତାଙ୍କୁ ହରିୟାଣା କର୍ଣ୍ଣାଲରୁ ଗିରଫ କରିଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ