Masthead

ଫାଇନ୍ ଦେବେ ଦାଦା

କଲିକତା(ବଡ଼ ଖବର ବ୍ୟୁରୋ): ଫାଇନ୍ ଦେବେ ଦାଦା। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଫାଇନ ଦେବେ। ଗାଙ୍ଗୁଲିଙ୍କ ଉପରେ ଜରିମାନା ଲଗାଇଛନ୍ତି କଲିକତା ହାଇକୋର୍ଟ । ଜମି ଆବଣ୍ଟନକୁ ନେଇ ଏହି ଜରିମାନା ଲାଗିଛି। ଗାଙ୍ଗୁଲିଙ୍କ ସହ ପଶ୍ଚିମବଙ୍ଗ ସରକାର ଓ ନଗର ନିର୍ମାଣ ବିଭାଗ ଉପରେ ମଧ୍ୟ ଜରିମାନା ଲଗାଇଛନ୍ତି କୋର୍ଟ । ପୂର୍ବତନ ଭାରତୀୟ ଅଧିନାୟକ ଗାଙ୍ଗୁଲିଙ୍କୁ ଦଶ ହଜାର ଟଙ୍କାର ଫାଇନ ଲଗାଇଛନ୍ତି ହାଇକୋର୍ଟ । ସେହିପରି ପଶ୍ଚିମବଙ୍ଗ ସରକାରଙ୍କ ଉପରେ ୫୦ ହଜାର ଓ ନଗର ବିକାଶ ନିଗମ ଉପରେ ୩୦ ହଜାର ଟଙ୍କାର ଜରିମାନା ଲାଗିଛି ।

କଲିକତାର ନ୍ୟୁଟାଉନ ଅଞ୍ଚଳରେ ଗାଙ୍ଗୁଲି କୋଚିଂ ଦେବା ପାଇଁ ରାଜ୍ୟ ସରକାର ଜମି ଯୋଗାଇଥିଲେ । ଯାହା ଥିଲା ନିୟମ କାନୁନର ସମ୍ପୂଣ୍ଣ ବାହାରେ। ଯେଉଁଥିରେ ୨ ଏକର ଜମିକୁ ନେଇ ହାଇକୋର୍ଟରେ ପିଆଇଏଲ ଫାଇଲ ହୋଇଥିଲା। ୨୦୧୬ରେ କୋର୍ଟରେ ଆବେଦନ ହୋଇଥିବା ଜମି ଅନୀୟମିତତାର ଶୁଣାଣିକରି ଜଷ୍ଟିସ ରାଜେଶ ବିନ୍ଦଲ ଓ ଜଷ୍ଟିସ ଅରିଜିତ ବାନାର୍ଜୀଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଦେଶ ସଦାବେଳେ ଖେଳାଳିଙ୍କ ସହ ରହିଛି । ସୌରଭ ଗାଙ୍ଗୁଲି ଦେଶ ପାଇଁ ଗର୍ବ ଆଣିଛନ୍ତି। କିନ୍ତୁ ସମ୍ବିଧାନ ଆଗରେ ସମସ୍ତେ ସମାନ। କେହି ଏହାଠୁ ଉପରେ ନୁହେଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା