ଫାଇନ୍ ଦେବେ ଦାଦା

କଲିକତା(ବଡ଼ ଖବର ବ୍ୟୁରୋ): ଫାଇନ୍ ଦେବେ ଦାଦା। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଫାଇନ ଦେବେ। ଗାଙ୍ଗୁଲିଙ୍କ ଉପରେ ଜରିମାନା ଲଗାଇଛନ୍ତି କଲିକତା ହାଇକୋର୍ଟ । ଜମି ଆବଣ୍ଟନକୁ ନେଇ ଏହି ଜରିମାନା ଲାଗିଛି। ଗାଙ୍ଗୁଲିଙ୍କ ସହ ପଶ୍ଚିମବଙ୍ଗ ସରକାର ଓ ନଗର ନିର୍ମାଣ ବିଭାଗ ଉପରେ ମଧ୍ୟ ଜରିମାନା ଲଗାଇଛନ୍ତି କୋର୍ଟ । ପୂର୍ବତନ ଭାରତୀୟ ଅଧିନାୟକ ଗାଙ୍ଗୁଲିଙ୍କୁ ଦଶ ହଜାର ଟଙ୍କାର ଫାଇନ ଲଗାଇଛନ୍ତି ହାଇକୋର୍ଟ । ସେହିପରି ପଶ୍ଚିମବଙ୍ଗ ସରକାରଙ୍କ ଉପରେ ୫୦ ହଜାର ଓ ନଗର ବିକାଶ ନିଗମ ଉପରେ ୩୦ ହଜାର ଟଙ୍କାର ଜରିମାନା ଲାଗିଛି ।

କଲିକତାର ନ୍ୟୁଟାଉନ ଅଞ୍ଚଳରେ ଗାଙ୍ଗୁଲି କୋଚିଂ ଦେବା ପାଇଁ ରାଜ୍ୟ ସରକାର ଜମି ଯୋଗାଇଥିଲେ । ଯାହା ଥିଲା ନିୟମ କାନୁନର ସମ୍ପୂଣ୍ଣ ବାହାରେ। ଯେଉଁଥିରେ ୨ ଏକର ଜମିକୁ ନେଇ ହାଇକୋର୍ଟରେ ପିଆଇଏଲ ଫାଇଲ ହୋଇଥିଲା। ୨୦୧୬ରେ କୋର୍ଟରେ ଆବେଦନ ହୋଇଥିବା ଜମି ଅନୀୟମିତତାର ଶୁଣାଣିକରି ଜଷ୍ଟିସ ରାଜେଶ ବିନ୍ଦଲ ଓ ଜଷ୍ଟିସ ଅରିଜିତ ବାନାର୍ଜୀଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଦେଶ ସଦାବେଳେ ଖେଳାଳିଙ୍କ ସହ ରହିଛି । ସୌରଭ ଗାଙ୍ଗୁଲି ଦେଶ ପାଇଁ ଗର୍ବ ଆଣିଛନ୍ତି। କିନ୍ତୁ ସମ୍ବିଧାନ ଆଗରେ ସମସ୍ତେ ସମାନ। କେହି ଏହାଠୁ ଉପରେ ନୁହେଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ