Masthead

ଭାରତ ଗୌରବ ଆଣିଲେ ବାଲାଦେବୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଷ୍ଟାର ଫୁଟବଲର ବାଲା ଦେବୀ ପ୍ରଥମ ଭାରତୀୟ ଖେଳାଳୀ ଭାବରେ ୟୁରୋପୀୟ ଶୀର୍ଷସ୍ତରୀୟ ଲିଗରେ ଗୋଲ ସ୍କୋର କରିଛନ୍ତି । ପ୍ରଥମ ଭାରତୀୟ ଭାବରେ ବାଲା ଦେବୀ ଏହି ଗୌରବ ଅର୍ଜନ କରିଛନ୍ତି । ସେ ସ୍କଟିଶ୍ ମହିଳା ପ୍ରିମିୟର ଲିଗରେ ସେ ରେଞ୍ଜର୍ସ ଏଫସି ପକ୍ଷରୁ ଏହି ଗୋଲ ସ୍କୋର କରିଛନ୍ତି । ମ୍ୟାଚର ୬୫ ତମ ମିନଟରେ ପଡ଼ିଆକୁ ଓହ୍ଲାଇଥିବା ବାଲା ୮୫ ତମ ମିନିଟରେ ତାଙ୍କ ଦଳ ପାଇଁ ଗୋଲ ସ୍କୋର କରିଥିଲେ । ଏହି ଗୋଲ ସହ ରେଞ୍ଜର୍ସ ଏଫସି ମଦରୱେଲ ଏଫସିକୁ ୯-୦ ଗୋଲରେ ପରାସ୍ତ କରିଛି । ୩୦ ବର୍ଷୀୟା ବାଲା ଦେବୀ ଗତ ଜାନୁଆରୀରେ ପ୍ରଥମ ଭାରତୀୟ ଭାବରେ ୟୁରୋପୀୟ ଶୀର୍ଷସ୍ତରୀୟ କ୍ଲବ ସହ ପ୍ରଫେସନାଲ କଣ୍ଟ୍ରାକ୍ଟ ସ୍ୱାକ୍ଷର କରିଥିଲେ ।

ବାଲା ଭାରତୀୟ ଜାତୀୟ ମହିଳା ଦଳ ପାଇଁ ବର୍ତ୍ତମାନ ଶ୍ରେଷ୍ଠ ସ୍କୋରର ଅଟନ୍ତି । ସେ ଭାରତୀୟମହିଳା ଫୁଟବଲ ଦଳର ଅଧିନାୟକ ଭାବରେ ଦାୟିତ୍ୱ ତୁଲାଇଛନ୍ତି । ବାଲା ୧୨୦ଟି ମ୍ୟାଚରେ ୧୦୦ରୁ ଅଧ୍ଖଳ ଗୋଲ ଦେଇ ଘରୋଇ ସ୍ତରରେ ବାଲାଙ୍କର ଏକ ଭଲ ରେକର୍ଡ ରହିଛି । ସେ ଗତ ଦୁଇ ଋତୁରେ ଇଣ୍ଡିଆନ ମହିଳା ଲିଗରେ ସର୍ବାଧିକ ସ୍କୋରର ରହିଆସିଛନ୍ତି । ସେ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ ତରଫରୁ ଦୁଇ ଥର ଶ୍ରେଷ୍ଠ ମହିଳା ଖେଳାଳି ଭାବରେ ସମ୍ମାନିତ ହୋଇଛନ୍ତି । ସେ ୨୦୧୫ ଓ ୨୦୧୬ରେ ଏହି ପୁରସ୍କାର ପାଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ