Masthead

ମଣିପୁର ସରକାରରୁ ଓହରିଲେ ୨ କୁକି ବିଧାୟକ

ଇମ୍ଫାଲ (ବଡ଼ ଖବର ବ୍ୟୁରୋ):  ଉଗ୍ର ହେଉଛି ମଣିପୁର ହିଂସା । ୨୪ ଘଣ୍ଟାରେ ୬ ଜଣଙ୍କ ହେଲାଣି ମୃତ୍ୟୁ । ଗୋଷ୍ଠୀ ସଂଘର୍ଷରେ ୬ ଜଣଙ୍କ ମୃତ୍ୟୁ ହୋଇଥବା ବେଳେ ୧୬ ଆହତ ହୋଇଥିବା ସୂଚନା ରହିଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଅଧିକ ସୁରକ୍ଷାକର୍ମୀ ପଠାଇଲା କେନ୍ଦ୍ର । ଅତିରିକ୍ତ ୮ ଶହ କେନ୍ଦ୍ରୀୟ ଫୋର୍ସ ମଣିପୁର ପଠାଇଲା କେନ୍ଦ୍ର । ସେପଟେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ସହଯୋଗୀ କୁକି ପିପୁଲ୍ସ ଆଲାଏନ୍ସ (କେପିଏ)ର ୨ ଜଣ ବିଧାୟକ ରବିବାର ବୀରେନ୍‌ ସିଂ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି।

ଦୁଇ ବିଧାୟକ ହେଲେ କିମ୍‌ନେଓ ହଙ୍ଗସିଂ(ସାଇକୁଲ) ଏବଂ ଚିନ୍‌ଲୁନ୍‌ଥାଙ୍ଗ୍‌(ସିଙ୍ଗତ)। ମଣିପୁରର ସାମ୍ପ୍ରତିକ ସ୍ଥିତିକୁ ନେଇ ଉପଯୁକ୍ତ ବିଚାରବିମର୍ଶ ପରେ ଉଭୟେ ସରକାରରୁ ଓହରିଯାଇଥିବା ବିଷୟ ରାଜ୍ୟପାଳ ଅନୁସୂୟା ଉଇକେଙ୍କୁ ପ୍ରଦାନ କରିଥିବା ଏକ ପତ୍ରରେ ଉଲ୍ଲେଖ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା