Masthead

ଚନ୍ଦ୍ରଯାନ-୩ ଦ୍ୱାରା କଏଦ ହେଲା ଚନ୍ଦ୍ରର ପ୍ରଥମ ଫଟୋ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମହାକାଶରୁ ଆସିଲା ଖୁସି ଖବର । ଚନ୍ଦ୍ରର ପ୍ରଥମ ଝଲକ ପଠାଇଲା ଚନ୍ଦ୍ରଯାନ -୩ । ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିବା ପରେ ଚନ୍ଦ୍ରଯାନ ୩ ପ୍ରଥମ ଥର ପାଇଁ ଏକ ସ୍ପଷ୍ଟ ଚିତ୍ର ପଠାଇଛି । ଆଗକୁ ଆହୁରି ସ୍ପଷ୍ଟ ଚିତ୍ର ସହିତ ଅଧିକ ତଥ୍ୟ ପଠାଇବ ବୋଲି ଆଶା ପ୍ରକାଶ କରିଛନ୍ତି ବୈଜ୍ଞାନିକ । ଫଟୋରେ ଚନ୍ଦ୍ରର ପୃଷ୍ଠଭୂମି ସହ ଚନ୍ଦ୍ରଯାନର ସୋଲାର ପ୍ୟାନେଲ ଦୃଶ୍ୟମାନ ହେଉଛି । ଚନ୍ଦ୍ରପୃଷ୍ଠରେ ଥିବା ଗାତଗୁଡିକ ଫଟୋରେ ଦେଖାଯାଉଛି ।

ଏବେ ଚନ୍ଦ୍ରପୃଷ୍ଠରୁ ୧୦ରୁ ୧୨ ହଜାର କିଲୋମିଟର ବିଶିଷ୍ଟ କକ୍ଷପଥରେ ଘୁରୁଛି । ଅଗଷ୍ଟ ୯ରେ ୪ରୁ ୫ ହଜାର କିଲୋମିଟର କକ୍ଷପଥରେ ପ୍ରବେଶ କରିବ ।ଏଯାଏ ଚନ୍ଦ୍ରଯାନ-୩ର ସମସ୍ତ ପର୍ଯ୍ୟାୟ ସଫଳତାର ସହିତ ଜାରି ରହିଛି । ଚନ୍ଦ୍ରଯାନ-୩ ଏବେ ଚନ୍ଦ୍ରର ଦୁଇ ତୃତୀୟାଂଶରୁ ଅଧିକ ଦୂର ଅତିକ୍ରମ କରିସାରିଲାଣି । ଗତ ୩ ସପ୍ତାହ ଧରି ଇସ୍ରୋ ପକ୍ଷରୁ ୫ ଥର ଅର୍ବିଟାଲ ଆଡଜଷ୍ଟମେଣ୍ଟ କରାଯାଇଛି । ଏହି ସ୍ପେସକ୍ରାଫ୍ଟରେ ବହୁ ଇଲେକ୍ଟ୍ରୋନିକ ଓ ମେକାନିକାଲ ସବସିଷ୍ଟମ ଖଞ୍ଜାଯାଇଥିବା ବେଳେ ନିରାପଦ ଲ୍ୟାଣ୍ଡିଂ ପ୍ରତି ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ।

ନାଭିଗେସନ ସେନସର, ପ୍ରପଲସନ ସିଷ୍ଟମ, ଗାଇଡାନ୍ସ ବ୍ୟବସ୍ଥା ବି ଏଥିରେ ରହିଛି । ଆସନ୍ତା ୨୩ ତାରିଖରେ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଚନ୍ଦ୍ର କକ୍ଷରେ ପ୍ରବେଶ କରିବା ମାତ୍ରକେ ଚନ୍ଦ୍ରଯାନ-୩ ଇସ୍ରୋକୁ ତା’ର ପ୍ରଥମ ବାର୍ତ୍ତା ପଠାଇଛି । ଚନ୍ଦ୍ରଯାନ-୩ କହିଛି, ‘ମୋତେ ଚନ୍ଦ୍ରର ମାଧ୍ୟାକର୍ଷଣ ଅନୁଭୂତ ହେଉଛି ।’

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି