Masthead

‘ମୋ ରାଜ୍ୟ ଜଳୁଛି’

ମଣିପୁର (ବଡ଼ ଖବର ବ୍ୟୁରୋ):ଅନୁସୂଚିତ ଜନଜାତି ଲୋକଙ୍କ ଆବେଦନ ଓ କୋର୍ଟଙ୍କ ଆଦେଶକୁ ନେଇ ଆଦିବାସୀ ସମୁହ ବିରୋଧ ପ୍ରଦର୍ଶନ । ଏହାକୁ ନେଇ ହୋଇଛି ହିଂସା । ହିଂସା ପରେ ସେନା ପକ୍ଷରୁ ହିଂସା ପ୍ରଭାବିତ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରିଛି । ଇମ୍ଫାଲରେ ହିଂସା ପରେ ଗତ ରାତିରେ ମଣିପୁରର ୮ ଜିଲ୍ଲାରେ କର୍ଫ୍ୟୁ ଲଗାଯାଇଛି । ମଣିପୁର ସରକାର ଆଗାମୀ ୫ ଦିନ ଯାଏ ପୁରା ମଣିପୁରରେ ମୋବାଇଲ ଇଣ୍ଟରନେଟ୍ ବନ୍ଦ କରିଛନ୍ତି ।

ସେପଟେ ବକ୍ସର ଏମସି ମେରିକୋମ ଗୁରୁବାର ମଣିପୁରରେ ଘଟିଥିବା ହିଂସାକୁ ଦୂର କରିବା ପାଇଁ କେନ୍ଦ୍ରର ସହାୟତା ଲୋଡିଛନ୍ତି। ମେରିକମ ତାଙ୍କ ଟୁଇଟରରେ ରାଜ୍ୟରେ ଚାଲିଥିବା ହିଂସାର ଫଟୋ ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି ମୋ ରାଜ୍ୟ ଜଳୁଛି । ଦୟା କରି ସାହାଯ୍ୟ କରନ୍ତିୁ । ଏଥିସହ ସେ ଏହି ପୋଷ୍ଟକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ