Masthead

ଆଦିବାସୀ ଯୁବତୀଙ୍କ ନିଆରା ପ୍ରୟାସ

ବାଂଶପାଳ, (ବଡ଼ ଖବର ବ୍ୟୁରୋ): ସାରା ବିଶ୍ୱକୁ କବଳିତ କରିଛି ମହାମାରୀ କରୋନା । ଲକଡାଉନ ଫଳରେ ଚକଅଖ ସବୁ ବନ୍ଦ । ଇତିମଧ୍ୟରେ ବର୍ତ୍ତମାନ ସୁଦ୍ଧା କିଛି ମାତ୍ରାରେ କଟକଣା କୋହଳ କରାଯାଇଥିବା ବେଳେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଲକଡାଉନ କୋହଳ ହୋଇଥିଲେ ମଧ୍ୟ ଶିକ୍ଷାନୁଷ୍ଠାନ ଖୋଲି ନ ଥିବାରୁ ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନରେ ଅନଲାଇନ କ୍ଲାସ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଏହି ଅନଲାଇନ କ୍ଲାସ ସହରରେ ସମ୍ଭବ ହେଉଥିବା ବେଳେ ଆଦିବାସୀ ଅଧ୍ୟୁଷିତ ବଣଜଙ୍ଗଲ ଘେରା ଗ୍ରାମଗୁଡ଼ିକରେ ଏହା ଫେଲ ମାରିଛି । ଗରିବ, ଅର୍ଦ୍ଧଶିକ୍ଷିତ ଗ୍ରାମବାସୀ ସେମାନଙ୍କ ପିଲାମାନଙ୍କୁ ସ୍ମାର୍ଟ ଫୋନ ଦେଇ ପାରୁ ନ ଥିବାବେଳେ ଛାତ୍ରଛାତ୍ରୀମାନେ ଏହି ଅନଲାଇନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଏପରିସ୍ଥଳେ ଆଦିବାସୀ ଅଧ୍ୟୁଷିତ ବାଂଶପାଳ ବ୍ଲକର ଶୁଆକାଠି ଗ୍ରାମର ଭୂୟାଁ ସାହିରେ ନିଜ ଗ୍ରାମର ପିଲାମାନଙ୍କୁ ପଢ଼ାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି କ୍ଷୀରୋଦିନୀ ଠାକୁର ନାମକ ଯୁବତୀ। ନିଜେ ଆଦିବାସୀ ହୋଇଥିବା ବେଳେ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିରରେ ପାଠ ପଢ଼ାଉଥିଲେ। କିନ୍ତୁ ଲକଡାଉନ ଯୋଗୁ ସେ ମଧ୍ୟ ଘରେ ରହିଯାଇଥିଲେ। ଗ୍ରାମରେ ଥିବାବେଳେ ଗ୍ରାମର ବହୁ ଛୋଟପିଲା ବିଦ୍ୟାଳୟ ଯାଉ ନ ଥିବାରୁ ଘରେ ଖେଳକୁଦରେ ମାତିଥିଲେ।

ସେହିପରି ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସ୍ମାର୍ଟଫୋନ ଅଭାବରୁ ଠିକ ଭାବେ ପଢ଼ି ପାରୁ ନ ଥିଲେ। ଏହି କଥା ତାଙ୍କ ମନକୁ ଆନ୍ଦୋଳିତ କରିଥିଲା। ସେ ଗ୍ରାମର ୪୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ଗାଁ ମଣ୍ଡପରେ ଶିକ୍ଷଦାନ ଆରମ୍ଭ କରିଛନ୍ତି। ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସକାଳ ସଞ୍ଜ ଦୁଇବେଳା ଦୁଇ ଘଣ୍ଟା ଲେଖାଏଁ ଶିକ୍ଷାଦାନ କରୁଛନ୍ତି କ୍ଷୀରୋଦିନୀ। ଛୋଟ ଛୋଟ ପିଲାମାନେ ଏହି ଦୁଇ ମାସ ମଧ୍ୟରେ ଅକ୍ଷର ଜ୍ଞାନ ଶିଖିଯାଇଥିବା ବେଳେ ବଡ଼ ଶ୍ରେଣୀର ଛାତ୍ରଛାତ୍ରୀ ସ୍ମାର୍ଟ ଫୋନ ଅଭାବରୁ ଠିକ ଭାବେ ଗ୍ରହଣ କରିପାରି ନ ଥିବା ଜ୍ଞାନ ଏଠି ପାଇପାରୁଛନ୍ତି। କ୍ଷୀରୋଦିନୀଙ୍କ ଶିକ୍ଷଦାନ ତାଙ୍କ ପାଇଁ ବହୁ ଉପକାରୀ ହୋଇଥିବା ଅନେକ ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି। କ୍ଷୀରୋଦିନୀ ମଧ୍ୟ ନିଜ ଗାଁର ପିଲାଙ୍କୁ ପଢ଼ାଇ ଖୁସି ଅନୁଭବ କରୁଥିବା ବେଳେ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଉତ୍ତମ ମଣିଷ ହେବେ ବୋଲି ଆଶା ରଖିଛନ୍ତି। କ୍ଷୀରୋଦିନୀଙ୍କ ଏଭଳି ପ୍ରୟାସକୁ ଗ୍ରାମବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି