Masthead

‘ଆଦିପୁରୁଷ୍’ ଅନେକ ଲୋକଙ୍କ ଭାବନାକୁ ଆଘାତ କରିଛି, ମୁଁ ହାତ ଯୋଡି କ୍ଷମା ମାଗୁଛି’

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଚଳଚ୍ଚିତ୍ର ‘ଆଦିପୁରୁଷ୍’ ତାର ଡାଇଲଗକୁ ନେଇ ଟ୍ରୋଲ୍ ହେବା ପରେ ମନୋଜ ମୁଂତସିର ଏନେଇ କ୍ଷମା ପାର୍ଥନା କରିଛନ୍ତି । ସେ ଟୁଇଟ୍ କରି ସାଧୁ-ସନ୍ଥ ଓ ପ୍ରଭୁ ଶ୍ରୀରାମଙ୍କ ଭକ୍ତମାନଙ୍କ ଭାବନାକୁ ଆଘାତ ଦେଇଥିବାରୁ କ୍ଷମା ମାଗିଛନ୍ତି । ଫିଲ୍ମ ‘ଆଦିପୁରୁଷ୍’ ରିଲିଜ୍ ହେବା ଦିନରୁ ହିିଁ ବିବାଦ ଘେରରେ ଅଛି । ଫିଲ୍ମର ଡାଇଲଗ ଗୁଡିକୁ ଦର୍ଶକମାନେ ରିଜେକ୍ଟ କରିଦେଇଥିଲେ । ଡାଇଲଗ୍କୁ ନେଇ ଖୁବ୍ ଆଲୋଚନା କରାଯାଇଥିଲା । ଏନେଇ ଫିଲ୍ମ ରାଇଟର୍ ମନୋଜ ମୁଂତସିରଙ୍କୁ ମଧ୍ୟ ଟ୍ରୋଲ୍ର ଶିକାର ହେବାକୁ ପଡିଥିଲା । ଅତ୍ୟଧିକ ଟ୍ରୋଲିଂ ପରେ ମନୋଜଙ୍କୁ ବାଧ୍ୟ ହୋଇ କ୍ଷମା ମାଗିବାକୁ ପଡିଥିଲା । ସେ ତାଙ୍କ ଟୁଇଟରେ କହିଥିଲେ ଯେ “ମୁଁ ସ୍ୱୀକାର କରୁଛି ଯେ ଫିଲ୍ମ୍ ‘ଆଦିପୁରୁଷ୍’ ଦ୍ୱାରା ଅନେକ ଲୋକଙ୍କ ଭାବନାକୁ ଆଘାତ ହୋଇଛି ।

ମୋର ସମସ୍ତ ଭାଇ-ଭଉଣୀ, ଗୁରୁଜନ, ପୂଜ୍ୟ ସାଧୁ-ସନ୍ତ ଏବଂ ଶ୍ରୀ ରାମଙ୍କ ଭକ୍ତ ମାନଙ୍କୁ , ମୁଁ ହାତ ଯୋଡି କ୍ଷମା ମାଗୁଛି । ଭଗବାନ ବଜରଙ୍ଗବାଲୀ ଆମ ସମସ୍ତଙ୍କ ଉପରେ କୃପା କରନ୍ତୁ । ଆମକୁ ଏକ ଓ ଅଟୁଟ ରହି ନିଜ ପବିତ୍ର ସନାତନ ଏବଂ ମହାନ ଦେଶର ସେବା କରିବା ପାଇଁ ଶକ୍ତି ଦିଅନ୍ତୁ” । ଫିଲ୍ମର ରିଲିଜ୍ ହେବା ପୂର୍ବରୁ ଦର୍ଶକମାନଙ୍କ ମଧ୍ୟରେ ଅତ୍ୟନ୍ତ ଉତ୍ସାହ ଦେଖିବାକୁ ମିଳିଥିଲା । ଫିଲ୍ମର ଦମଦାର ଆଡଭାନ୍ସ ବୁକିଂ ମଧ୍ୟ ହୋଇସାରିଥିଲା । ଅଭିନେତା ପ୍ରଭାସ ଓ ଅଭିନେତ୍ରୀ କ୍ରୀତିଙ୍କ ଏହି ଫିଲ୍ମଟି ଧମାକେଦାର ଓପନିଙ୍ଗ୍ ମଧ୍ୟ କରିଥିଲା ।

ମାତ୍ର ଫିଲ୍ମଟି ଦେଖିବା ପରେ ଦର୍ଶକମାଙ୍କୁ କେବଳ ନିରାଶା ହିଁ ପ୍ରାପ୍ତ ହେଲା । ଚଳଚ୍ଚିତ୍ରର ଡାଇଲଗ୍କୁ ନେଇ ଦର୍ଶକମାନେ ଅଶନ୍ତୁଷ୍ଟ ହୋଇଥିଲେ । ଦର୍ଶକମାନଙ୍କ କହିବାନୁସାରେ ମନୋଜ ମୁଂତସିର ଫିଲ୍ମର ଡାଇଲଗ୍ ଗୁଡିକୁ ରାମାୟଣ ଅନୁସାରେ ନୁହେଁ, ବରଂ ଆଜିର କଥାବାର୍ତ୍ତା ଅନୁସାରେ ଲେଖିଛନ୍ତି । ଡାଇଲଗ୍ ଗୁଡିକୁ ନେଇ ମନୋଜଙ୍କ ଉପରେ ଲୋକମାନଙ୍କ ରାଗ ଏବେ ପର୍ଯ୍ୟନ୍ତ ଶାନ୍ତ ହୋଇନାହିଁ । ଟ୍ରୋଲିଙ୍ଗ୍ ପରେ ଲେଖକଙ୍କୁ ଅନେକ ଥର ସଫାଇ ଦେବାକୁ ପଡିଥିଲେ ମଧ୍ୟ ଏବେ ତାଙ୍କୁ କ୍ଷମା ମାଗିବାକୁ ପଡିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା