Masthead

‘ଆଦିପୁରୁଷ୍’ ଅନେକ ଲୋକଙ୍କ ଭାବନାକୁ ଆଘାତ କରିଛି, ମୁଁ ହାତ ଯୋଡି କ୍ଷମା ମାଗୁଛି’

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଚଳଚ୍ଚିତ୍ର ‘ଆଦିପୁରୁଷ୍’ ତାର ଡାଇଲଗକୁ ନେଇ ଟ୍ରୋଲ୍ ହେବା ପରେ ମନୋଜ ମୁଂତସିର ଏନେଇ କ୍ଷମା ପାର୍ଥନା କରିଛନ୍ତି । ସେ ଟୁଇଟ୍ କରି ସାଧୁ-ସନ୍ଥ ଓ ପ୍ରଭୁ ଶ୍ରୀରାମଙ୍କ ଭକ୍ତମାନଙ୍କ ଭାବନାକୁ ଆଘାତ ଦେଇଥିବାରୁ କ୍ଷମା ମାଗିଛନ୍ତି । ଫିଲ୍ମ ‘ଆଦିପୁରୁଷ୍’ ରିଲିଜ୍ ହେବା ଦିନରୁ ହିିଁ ବିବାଦ ଘେରରେ ଅଛି । ଫିଲ୍ମର ଡାଇଲଗ ଗୁଡିକୁ ଦର୍ଶକମାନେ ରିଜେକ୍ଟ କରିଦେଇଥିଲେ । ଡାଇଲଗ୍କୁ ନେଇ ଖୁବ୍ ଆଲୋଚନା କରାଯାଇଥିଲା । ଏନେଇ ଫିଲ୍ମ ରାଇଟର୍ ମନୋଜ ମୁଂତସିରଙ୍କୁ ମଧ୍ୟ ଟ୍ରୋଲ୍ର ଶିକାର ହେବାକୁ ପଡିଥିଲା । ଅତ୍ୟଧିକ ଟ୍ରୋଲିଂ ପରେ ମନୋଜଙ୍କୁ ବାଧ୍ୟ ହୋଇ କ୍ଷମା ମାଗିବାକୁ ପଡିଥିଲା । ସେ ତାଙ୍କ ଟୁଇଟରେ କହିଥିଲେ ଯେ “ମୁଁ ସ୍ୱୀକାର କରୁଛି ଯେ ଫିଲ୍ମ୍ ‘ଆଦିପୁରୁଷ୍’ ଦ୍ୱାରା ଅନେକ ଲୋକଙ୍କ ଭାବନାକୁ ଆଘାତ ହୋଇଛି ।

ମୋର ସମସ୍ତ ଭାଇ-ଭଉଣୀ, ଗୁରୁଜନ, ପୂଜ୍ୟ ସାଧୁ-ସନ୍ତ ଏବଂ ଶ୍ରୀ ରାମଙ୍କ ଭକ୍ତ ମାନଙ୍କୁ , ମୁଁ ହାତ ଯୋଡି କ୍ଷମା ମାଗୁଛି । ଭଗବାନ ବଜରଙ୍ଗବାଲୀ ଆମ ସମସ୍ତଙ୍କ ଉପରେ କୃପା କରନ୍ତୁ । ଆମକୁ ଏକ ଓ ଅଟୁଟ ରହି ନିଜ ପବିତ୍ର ସନାତନ ଏବଂ ମହାନ ଦେଶର ସେବା କରିବା ପାଇଁ ଶକ୍ତି ଦିଅନ୍ତୁ” । ଫିଲ୍ମର ରିଲିଜ୍ ହେବା ପୂର୍ବରୁ ଦର୍ଶକମାନଙ୍କ ମଧ୍ୟରେ ଅତ୍ୟନ୍ତ ଉତ୍ସାହ ଦେଖିବାକୁ ମିଳିଥିଲା । ଫିଲ୍ମର ଦମଦାର ଆଡଭାନ୍ସ ବୁକିଂ ମଧ୍ୟ ହୋଇସାରିଥିଲା । ଅଭିନେତା ପ୍ରଭାସ ଓ ଅଭିନେତ୍ରୀ କ୍ରୀତିଙ୍କ ଏହି ଫିଲ୍ମଟି ଧମାକେଦାର ଓପନିଙ୍ଗ୍ ମଧ୍ୟ କରିଥିଲା ।

ମାତ୍ର ଫିଲ୍ମଟି ଦେଖିବା ପରେ ଦର୍ଶକମାଙ୍କୁ କେବଳ ନିରାଶା ହିଁ ପ୍ରାପ୍ତ ହେଲା । ଚଳଚ୍ଚିତ୍ରର ଡାଇଲଗ୍କୁ ନେଇ ଦର୍ଶକମାନେ ଅଶନ୍ତୁଷ୍ଟ ହୋଇଥିଲେ । ଦର୍ଶକମାନଙ୍କ କହିବାନୁସାରେ ମନୋଜ ମୁଂତସିର ଫିଲ୍ମର ଡାଇଲଗ୍ ଗୁଡିକୁ ରାମାୟଣ ଅନୁସାରେ ନୁହେଁ, ବରଂ ଆଜିର କଥାବାର୍ତ୍ତା ଅନୁସାରେ ଲେଖିଛନ୍ତି । ଡାଇଲଗ୍ ଗୁଡିକୁ ନେଇ ମନୋଜଙ୍କ ଉପରେ ଲୋକମାନଙ୍କ ରାଗ ଏବେ ପର୍ଯ୍ୟନ୍ତ ଶାନ୍ତ ହୋଇନାହିଁ । ଟ୍ରୋଲିଙ୍ଗ୍ ପରେ ଲେଖକଙ୍କୁ ଅନେକ ଥର ସଫାଇ ଦେବାକୁ ପଡିଥିଲେ ମଧ୍ୟ ଏବେ ତାଙ୍କୁ କ୍ଷମା ମାଗିବାକୁ ପଡିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି