Masthead

ରିଲିଜ୍ ହେଲା ‘ସାଲାର’ ଟିଜର୍

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):  ଗୁରୁବାର ଜୁଲାଇ ୬ ତାରିଖରେ ରିଲିଜ୍ ହେଲା ରେବେଲ ଷ୍ଟାର୍ ପ୍ରଭାସଙ୍କ ଫିଲ୍ମ ‘ସାଲାର୍’ ର ଟିଜର୍ । ଏହି ଚଳଚ୍ଚିତ୍ର ଟି ୨୮ ସେପ୍ଟେମ୍ବରରେ ବକ୍ସ ଅଫିସରେ ରିଲିଜ୍ ହେବ ବୋଲି ସୁଚନା ମିଳିଛି । ଟିଜରରେ ଅଭିନେତା ପୃଥ୍ୱୀରାଜ ସୁକୁମାରନ୍ ଓ ପ୍ରଭାସଙ୍କ ଦମଦାର ଝଲକ୍ ଦେଖିବାକୁ ମିଳିଛି । ଅଭିନେତା ପ୍ରଭାସ ଏବଂ କେଜିଏଫ୍ ନିଦେ୍ର୍ଦଶକ ପ୍ରଶାନ୍ତ ନିଲ ପ୍ରଥମ ଥର ପାଇଁ ଏକାସହ ଏହି ପ୍ରୋଜେକ୍ଟରେ କାମ କରୁଛନ୍ତି । ଚଳଚ୍ଚିତ୍ର ଆଦିପୁରୁଷ ବକ୍ସ ଅଫିସରେ ଡିଜାଷ୍ଟର ଆଣିବା ପରେ ବାହୁବଳି ହିରୋ ପ୍ରଭାସ ଟ୍ରୋଲର ଶିକାର ହୋଇଥିଲେ ମାତ୍ର ‘ସାଲାର’ ଭଳି ଏକ ନୂଆ ଆକ୍ସ୍ନ ଫିଲ୍ମର ଟିଜର ରିଲିଜ ହେବାପରେ ପ୍ରଭାସଙ୍କ ଦର୍ଶକ ମାନଙ୍କ ମଧ୍ୟରେ ଖୁସିର ସୀମା ନାହିଁ ।

ଫ୍ୟାନ୍ସ୍ମାନେ ଏହି ଟିଜର୍ ଦେଖି ପ୍ରଭାସଙ୍କୁ ପ୍ରଶଂସା କରିବା ସହ ପୁଣି ଫେରିପାଇଛନ୍ତି ତାଙ୍କ ଆକ୍ସନ ଷ୍ଟାରଙ୍କୁ ବୋଲି କହିଛନ୍ତି । ଟିଜରରେ ପ୍ରଭାସଙ୍କର ଛୋଟ ଝଲକ୍ ଦେଖିବାକୁ ମିଳିଥିଲେ ମଧ୍ୟ ତାଙ୍କ ଫ୍ୟାନ୍ସମାନେ ବହୁତ ଖୁସିଥିବା ଜଣାପଡିଛି । ମାତ୍ର ୧.୪୬ ମିନିଟ ର ଏହି ଟିଜର ଟି ପ୍ରଭାସଙ୍କ ଫ୍ୟାନ୍ସ୍ ମାନଙ୍କ ଉତ୍ସାହ ବଢାଇଦେଇଛି । ଫ୍ୟାନ୍ସମାନେ ଆଶା କରୁଛନ୍ତି ଯେ ଫିଲ୍ମ କେଜିଏଫ୍ ସହ ସାଲାର ର କିଛି ସମ୍ପର୍କ ରହିଛି ।

ଏହି ଆକ୍ସନ୍ ଫିଲ୍ମଟି ଚଳଚ୍ଚିତ୍ର ଜଗତରେ ଏକ ନୂଆ ମୋଡ ଆଣିବ ବୋଲି କହିଛନ୍ତି ପ୍ରଭାସଙ୍କ ପ୍ରଶଂସକମାନେ । ଫିଲ୍ମର ଟିଜର ରିଲିଜ ହେବା ପରେ ଅଭିନେତା ପ୍ରଭାସଙ୍କ ଫ୍ୟାନ୍ସ ମାନେ ଫିଲ୍ମଟିର ରିଲିଜକୁ ନେଇ ଉତ୍ସାହିତ ଅଛନ୍ତି । କ’ଣ ପୁଣି ନିଜ ଫ୍ୟାନ୍ସମାନଙ୍କ ମନ କିଣିପାରିବେ ରେବଲ ଷ୍ଟାର ପ୍ରଭାସ? ତାହା ଫିଲ୍ମର ରିଲିଜ ପରେ ଜଣାପଡିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ