Masthead

ସୂର୍ଯ୍ୟ ସହ ସେଲଫି ଉଠାଇଲା ଆଦିତ୍ୟ ଏଲ-୧

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୂର୍ଯ୍ୟଙ୍କ ପ୍ରଥମ ସମ୍ପୂର୍ଣ୍ଣ ଫଟୋ ଉଠାଇଲା ଆଦିତ୍ୟ ଏଲ-୧ । ଏହି ଫଟୋ ୨୦୦ରୁ ୪୦୦ ନାନୋମିଟର ଓ୍ବେଭ୍‌ଲେଙ୍ଗଥକୁ କଭର କରିଛି। ସୂର୍ଯ୍ୟର ଏହି ଚିତ୍ର ଅଲଟ୍ରା-ଭାଓଲେଟ୍ ୱେଭ-ଲେନ୍ଥ ନିକଟରେ ଏହି ଫଟୋ ଉଠାଯାଇଛି । ସୋସିଆଲ୍ ମିଡିଆ ‘ଏକ୍ସ’ରେ ଫଟୋ ଅପ୍ଲୋଡ୍ କରିବା ସହ ଏ ନେଇ ସୂଚନା ଦେଇଛି ଇସ୍ରୋ । ଫଟୋ ଉତ୍ତୋଳନ ପାଇଁ ବ୍ୟବହାର କରାଯାଇଥିବା ଟେଲିସ୍କୋପ୍‌ରେ ସୂର୍ଯ୍ୟ ଉପରିଭାଗର ସବିଶେଷ ଦୃଶ୍ୟ ଆସିବା ପାଇଁ ୧୧ଟି ଭିନ୍ନ ଭିନ୍ନ ଫିଲ୍ଟର ବ୍ୟବହାର କରାଯାଇଥିଲା।

ଉକ୍ତ ଫଟୋରୁ ସନ୍‌ସ୍ପଟ୍‌ ଆଦି ବିଭିନ୍ନ ବୈଶିଷ୍ଟ୍ୟ ଜଣାପଡ଼ିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଆଦିତ୍ୟ-ଏଲ୍‌୧ ମହାକାଶ ଯାନରେ ଲାଗିଥିବା ସୋଲାର ଅଲ୍‌ଟ୍ରାଭାଇଲେଟ୍‌ ଇମେଜିଂ ଟେଲିସ୍କୋପ୍‌ (ଏସ୍‌ୟୁଆଇଟି) ଅଲ୍‌ଟ୍ରାଭାଓଲେଟ୍‌ ଓ୍ବେଭ୍‌ଲେଙ୍ଗ୍‌ଥ ନିକଟରେ ସୂର୍ଯ୍ୟଙ୍କ ପ୍ରଥମ ପୂର୍ଣ୍ଣ ଡିସ୍କ ଫଟୋ ଉତ୍ତୋଳନ କରିଥିବାରୁ ଏହା ଏକ ଉଲ୍ଲେଖନୀୟ ସଫଳତା ବୋଲି ଶୁକ୍ରବାର ଘୋଷଣା କରାଯାଇଛି। ସୂର୍ଯ୍ୟର ଫଟୋସ୍ପିୟର ଏବଂ କ୍ରୋମୋସ୍ପିୟର ମଧ୍ୟରେ ଥିବା ଅଭୂତପୂର୍ବ ଦୃଶ୍ୟ ସହ ଏହାର ଠିକ୍‌ ଉପରକୁ ଥିବା ସ୍ବଚ୍ଛ ସ୍ତରକୁ ଫଟୋରେ ଅଣାଯାଇପାରିଛି।

ସନ୍‌ସ୍ପଟ୍‌, ସୌରପୃଷ୍ଠରେ ବିଦ୍ୟୁତ୍‌ ଚୁମ୍ବକୀୟ ଝଡ଼ ଆଦି ସୂର୍ଯ୍ୟରେ ଘଟୁଥିବା ଘଟଣା ଓ ମହାକାଶ ପାଗ ତଥା ପୃଥିବୀର ଜଳବାୟୁ ଉପରେ ଏହାର ପ୍ରଭାବ ସମ୍ପର୍କରେ ବୁଝିବାରେ ଉକ୍ତ ସ୍ତର ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ ଏଲ୍-ୱାନ ମହାକାଶ ଯାନ ଶ୍ରୀହରିକୋଟାର ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ