Masthead

ସୂର୍ଯ୍ୟକୁ ଯିବ ଆଦିତ୍ୟ ଏଲ-୧

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ସଫଳ ହୋଇଛି ମୁନ୍ ମିଶନ । ଆଜି ଆରମ୍ଭ ହେବ ସନ୍ ମିଶନ । ଭାରତର ପ୍ରଥମ ସୂର୍ଯ୍ୟ ମିଶନ ‘ଆଦିତ୍ୟ-ଏଲ୍‌୧’ ଶନିବାର ସୂର୍ଯ୍ୟ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଦିନ ୧୧ଟା ୫୦ରେ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଆଦିତ୍ୟ ଏଲ ୱାନକୁ ପ୍ରେରଣ କରିବ ଇସ୍ରୋ । ଆଦିତ୍ୟ ଏଲ-ୱାନକୁ ନେଇ ମହାକାଶକୁ ଯିବ ପିଏସଏଲଭି-ସି ୫୭ ରକେଟ୍ । ସୂର୍ଯ୍ୟଯାନ ଉତକ୍ଷେପଣର ୧୨୭ ଦିନ ଯାତ୍ରା କରିବା ପରେ ୧୫ ଲକ୍ଷ କିଲୋମିଟର ଲେଙ୍ଗରେଜିୟନ ପଏଣ୍ଟରେ ପହଞ୍ଚିବ ।

ଆଦିତ୍ୟଏଲ-୧ ମହାକାଶ ଯାନକୁ ଇସ୍ରୋ ପୃଥିବୀ ଠାରୁ ୧ ଦଶମିକ ୫ ନିୟୁତ କିମି ଉଚ୍ଚରେ ହାଲୋ ଅରବିଟରରେ ସ୍ଥାପନ କରିବ । ଯାହା ଇସ୍ରୋ ପାଇଁ ଏକ ଜଟିଳ କାର୍ଯ୍ୟ । କାରଣ ହାଲୋ ଅରବିଟରରେ ପୃଥିବୀର ଆକର୍ଷଣ ଶକ୍ତି ଶେଷ ହେଉଛି ଓ ସୂର୍ଯ୍ୟର ଆକର୍ଷଣ ଶକ୍ତି ଆରମ୍ଭ ହେଉଛି । ଏଠାରେ କୌଣସି ଛୋଟ ବସ୍ତୁକୁ ଦୀର୍ଘ ସମୟ ରଖାଯାଇପାରିବ । ତେବେ ସୌର ଯାନର ଗତିକୁ ନିୟନ୍ତ୍ରଣ କରାନଗଲେ ତାହା ସିଧା ସୂର୍ଯ୍ୟ ଅଭିମୁଖେ ଚାଲିଯିବାର ଆଶଙ୍କା ରହିଛି ।

ହାଲୋ ଅରବିଟରରେ ସୂର୍ଯ୍ୟ ଯାନକୁ ସ୍ଥାପନ କରି ଭାରତ ସୂର୍ଯ୍ୟ ଉପରେ ଅନୁଧ୍ୟାନ କରି ତଥ୍ୟ ହାସଲ କରିବ । ଆଦିତ୍ୟ ଏଲ-୧ରେ ମୋଟ ୭ଟି ପେଲେଡ ରହିଛି । ଏହି ସୌରଯାନ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ବେଳେ ଏହା ଉପରେ ସାରା ବିଶ୍ୱର ନଜର ରହିଛି । ସେପଟେ ମୁନ୍ ମିଶନକୁ ନେଇ ଇସ୍ରୋ ବୈଜ୍ଞାନିକଙ୍କ ଏକ ଟିମ୍ ଆଦିତ୍ୟ ଏଲ-୧ ମିଶନର ମିନି ମଡେଲ ସହିତ ତିରୁମାଲା ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ପ୍ରାର୍ଥନା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ