ବଡ଼ଲୋକ ଘରୁ ବାହାରି ପାରୁନାହାନ୍ତି, ଛୋଟ ପିଲା ସ୍କୁଲ ଯାଉଛନ୍ତି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):୧୭ରୁ ଖରା ପ୍ରକୋପ କମିବ କହିଥିଲା ପାଣିପାଗ ବିଭାଗ । ସେଥିପାଇଁ ୧୬ ଯାଏଁ ସ୍କୁଲ ବନ୍ଦ ଘୋଷଣା କରିଥିଲା ଗଣଶିକ୍ଷା ବିଭାଗ । କିନ୍ତୁ ପୂର୍ବାନୁମାନ ଭୁଲ୍ ହେଲା । ବର୍ଷା ଆସିଲାନାହିଁ । ତାତି କମିଲାନାହିଁ । ବରଂ ବଢିଚାଲିଲା । ହେଲେ ଗଣଶିକ୍ଷା ବିଭାଗ କିନ୍ତୁ ନିଜ ନିଷ୍ପତ୍ତିରୁ ଓହରିଲା ନାହିଁ । ଅସହ୍ୟ ଖରାରେ ସୋମବାରରୁ ଖୋଲିଛି ବିଦ୍ୟାଳୟ । ସୋମ, ମଙ୍ଗଳ ୨ ଦିନ ଖରା କଷ୍ଟ ଭିତରେ ସ୍କୁଲ ଚାଲିଲାଣି । ଅଭିଭାବକଙ୍କ ପାଖରେ ବି ପିଲାଙ୍କୁ ସ୍କୁଲ ଛାଡ଼ିବା ଛଡ଼ା ବିକଳ୍ପ ନାହିଁ । କାରଣ ପାଠପଢ଼ା ଓ ଉପସ୍ଥାନ ଉଭୟ ଛାତ୍ରଛାତ୍ରୀଙ୍କୁ ଦରକାର । ତେବେ ପିଲାଙ୍କ ପାଠ ସହ, ସେମାନଙ୍କ ସ୍ୱାସ୍ଥ୍ୟ ବି ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞ କହିଛନ୍ତି ।

ଭୁବନେଶ୍ୱର, କଟକରେ ତ ଯାହା ପରିସ୍ଥିତି, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥିତି କିନ୍ତୁ ଅଧିକ କଷ୍ଟକର । ଏପିରିକି ବାରିପଦା ଲଗାତାର ତାତିର ସବୁ ରେକର୍ଡ ଭାଙ୍ଗୁଛି । ତେଣୁ ସେ ସବୁ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ପାଇଁ ୧୧ଟାରେ ସ୍କୁଲରୁ ଫେରିବା ସହଜ ନୁହେଁ । ଏ ନେଇ ଓଡ଼ିଶା ଅଭିଭାବକ ମହାସଙ୍ଘ ସଭାପତି କହିଛନ୍ତି, ଯେଉଁ ଜିଲ୍ଲାରେ ତାପମାତ୍ରା କମ୍ ଅଛି ସେଠି ପିଲା ପାଠପଢାକୁ ଯିବା ଉଚିତ୍ । ସେଠାରେ ସ୍କୁଲ ବନ୍ଦ ଆବଶ୍ୟକତା ନାହିଁ । କିନ୍ତୁ ଅଧିକ ତାତି ଥିବା ଜିଲ୍ଲାରେ ସାମୟିକ ଭାବେ ସ୍କୁଲ ବନ୍ଦ ହେବା ଦରକାର । ସେଠାକାର ଜିଲ୍ଲାପାଳମାନେ ଏ ନେଇ ନିଷ୍ପତ୍ତି ନିଅନ୍ତୁ । ଏହାସହ ଯେଉଁଠି ସ୍କୁଲ ଯିବାକୁ ପିଲାଙ୍କୁ ଅନେକ ଦୂର ବାଟ ଯିବାକୁ ହେଉଛି ସେଠାରେ ଖରାରେ ବଡ ସମସ୍ୟା ହେଉଛି । ଏଦିଗରେ ସରକାର ବିଚାର କରିବା ଦରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’