Masthead

ବଡ଼ଲୋକ ଘରୁ ବାହାରି ପାରୁନାହାନ୍ତି, ଛୋଟ ପିଲା ସ୍କୁଲ ଯାଉଛନ୍ତି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):୧୭ରୁ ଖରା ପ୍ରକୋପ କମିବ କହିଥିଲା ପାଣିପାଗ ବିଭାଗ । ସେଥିପାଇଁ ୧୬ ଯାଏଁ ସ୍କୁଲ ବନ୍ଦ ଘୋଷଣା କରିଥିଲା ଗଣଶିକ୍ଷା ବିଭାଗ । କିନ୍ତୁ ପୂର୍ବାନୁମାନ ଭୁଲ୍ ହେଲା । ବର୍ଷା ଆସିଲାନାହିଁ । ତାତି କମିଲାନାହିଁ । ବରଂ ବଢିଚାଲିଲା । ହେଲେ ଗଣଶିକ୍ଷା ବିଭାଗ କିନ୍ତୁ ନିଜ ନିଷ୍ପତ୍ତିରୁ ଓହରିଲା ନାହିଁ । ଅସହ୍ୟ ଖରାରେ ସୋମବାରରୁ ଖୋଲିଛି ବିଦ୍ୟାଳୟ । ସୋମ, ମଙ୍ଗଳ ୨ ଦିନ ଖରା କଷ୍ଟ ଭିତରେ ସ୍କୁଲ ଚାଲିଲାଣି । ଅଭିଭାବକଙ୍କ ପାଖରେ ବି ପିଲାଙ୍କୁ ସ୍କୁଲ ଛାଡ଼ିବା ଛଡ଼ା ବିକଳ୍ପ ନାହିଁ । କାରଣ ପାଠପଢ଼ା ଓ ଉପସ୍ଥାନ ଉଭୟ ଛାତ୍ରଛାତ୍ରୀଙ୍କୁ ଦରକାର । ତେବେ ପିଲାଙ୍କ ପାଠ ସହ, ସେମାନଙ୍କ ସ୍ୱାସ୍ଥ୍ୟ ବି ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞ କହିଛନ୍ତି ।

ଭୁବନେଶ୍ୱର, କଟକରେ ତ ଯାହା ପରିସ୍ଥିତି, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥିତି କିନ୍ତୁ ଅଧିକ କଷ୍ଟକର । ଏପିରିକି ବାରିପଦା ଲଗାତାର ତାତିର ସବୁ ରେକର୍ଡ ଭାଙ୍ଗୁଛି । ତେଣୁ ସେ ସବୁ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ପାଇଁ ୧୧ଟାରେ ସ୍କୁଲରୁ ଫେରିବା ସହଜ ନୁହେଁ । ଏ ନେଇ ଓଡ଼ିଶା ଅଭିଭାବକ ମହାସଙ୍ଘ ସଭାପତି କହିଛନ୍ତି, ଯେଉଁ ଜିଲ୍ଲାରେ ତାପମାତ୍ରା କମ୍ ଅଛି ସେଠି ପିଲା ପାଠପଢାକୁ ଯିବା ଉଚିତ୍ । ସେଠାରେ ସ୍କୁଲ ବନ୍ଦ ଆବଶ୍ୟକତା ନାହିଁ । କିନ୍ତୁ ଅଧିକ ତାତି ଥିବା ଜିଲ୍ଲାରେ ସାମୟିକ ଭାବେ ସ୍କୁଲ ବନ୍ଦ ହେବା ଦରକାର । ସେଠାକାର ଜିଲ୍ଲାପାଳମାନେ ଏ ନେଇ ନିଷ୍ପତ୍ତି ନିଅନ୍ତୁ । ଏହାସହ ଯେଉଁଠି ସ୍କୁଲ ଯିବାକୁ ପିଲାଙ୍କୁ ଅନେକ ଦୂର ବାଟ ଯିବାକୁ ହେଉଛି ସେଠାରେ ଖରାରେ ବଡ ସମସ୍ୟା ହେଉଛି । ଏଦିଗରେ ସରକାର ବିଚାର କରିବା ଦରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା ।