Masthead

୩୦ ବର୍ଷ ପରେ ବାପାଙ୍କ ପଦରେ ପୁଅ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଇତିହାସ କଡ଼ ଲେଉଟାଏ । ସେହି ମୋଡରେ ଆଜି ପୁଅ ଛିଡା ହୋଇଛନ୍ତି, ଯେଉଁଠି ଦିନେ ବାପା ଥିଲେ । ଅବଶ୍ୟ ଦଳ ବଦଳିଛି, ଚିହ୍ନ ବଦଳିଛି । କିନ୍ତୁ କ୍ଷମତା ସେହି ସମାନ ଅଛି, ଯାହା ୩୦ ବର୍ଷ ତଳେ ଥିଲା । ଆମେ କହୁଛୁ ଦେଶର ଚର୍ଚ୍ଚିତ ୟୁଥ୍ ଚେହେରା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କଥା । ସିନ୍ଧିଆ ବୁଧବାର ମୋଦିଙ୍କ କ୍ୟାବିନେଟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଜ୍ୟୋତିରାଦିତ୍ୟ ରାଷ୍ଟ୍ରପତି ଭବନରେ ଶପଥ ପାଠ କରୁଥିଲେ, ଠିକ୍ ସେତିକିବେଳେ ରାଜନୀତିରେ ରୁଚି ରଖୁଥିବା ଲୋକେ ୩୦ ବର୍ଷ ତଳର ମାଧବରାଓ ସିନ୍ଧିଆଙ୍କୁ ମଧ୍ୟ ମନେ ପକାଇ ପାରୁଥିଲେ । ଆଉ ଯେବେ ବିଭାଗ ବଣ୍ଟା ଗଲା, ସେହି ସ୍ମୃତି ଆହୁରି ସତେଜ ହୋଇଗଲା ।

ପି.ଭି ନରସିହ୍ମା ରାଓଙ୍କ କଂଗ୍ରେସ ସରକାରରେ ମାଧବରାଓ ସିନ୍ଧିଆ ଯେଉଁ ପଦବୀରେ ରହିଥିଲେ ଏବେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୋଦିଙ୍କ ବିଜେପି ସରାକାରରେ ସମାନ ମନ୍ତ୍ରୀ ପଦ ପାଇଛନ୍ତି । ଗତବର୍ଷ କଂଗ୍ରେସର ହାତ ଛାଡି ବିଜେପିର ହାତ ଧରିଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । ତାଙ୍କରି ବିଦ୍ରୋହ ପାଇଁ କଂଗ୍ରେସକୁ ହଟାଇ ବିଜେପି କ୍ଷମତାକୁ ଫେରିଥିଲା । ସେତିପାଇଁ ପୁରସ୍କୃତ ହୋଇ ଜ୍ୟୋତିରାଦିତ୍ୟଙ୍କୁ ମିଳିଛି କ୍ୟାବିନେଟ ପଦ । ବୁଧବାର ରାଷ୍ଟ୍ରପତି ଭବନରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ସେ ଦେଶର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହୋଇଛନ୍ତି ।

ତେବେ ଏହା ମନେ ପକାଇଦେଇଛି ୩୦ ବର୍ଷ ତଳର କଂଗ୍ରେସ ଶାସନ କଥା । ଯେତେବେଳେ ଦେଶରେ ଥିଲା ନରସିହ୍ମା ରାଓଙ୍କ ସରକାର । ତେବେ ସେହି ସମୟରେ ନରସିହ୍ମାଙ୍କ କ୍ୟାବିନେଟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିଲେ ଜ୍ୟୋତିରାଦିତ୍ୟଙ୍କ ବାପା ମାଧବରାଓ ସିନ୍ଧିଆ । ଅର୍ଥାତ ଦିନେ ବାପା ଯେଉଁ ପଦରେ ରହିଥିଲେ, ଆଜି ପୁଅକୁ ମିଳିଛି ସେହି ମନ୍ତ୍ରାଳୟର ଦାୟିତ୍ୱ । ମାଧବ ରାଓ ୧୯୯୧ରୁ ୧୯୯୩ ପର୍ଯ୍ୟନ୍ତ ଏହି ବିଭାଗରେ ରହି କାର୍ଯ୍ୟ କରିଥିଲେ ।

ମାଧବ ରାଓ ମନ୍ତ୍ରୀ ହେବା ଆଗରୁ ରାଜୀବ ଗାନ୍ଧୀଙ୍କ ସରକାରରେ ରେଳମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ସେହିପରି ଜୁନିଅର ସିନ୍ଧିଆ ମଧ୍ୟ ପୂର୍ବରୁ ମନମୋହନ ସିଂଙ୍କ ସରକାରରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଭାବେ କାର୍ଯ୍ୟ କରି ଅଭିଜ୍ଞତା ରଖିଛନ୍ତି । କଂଗ୍ରେସ ସରକାର ସମୟରେ ମାଧବ ରାଓଙ୍କ ପରି ବର୍ତ୍ତମାନ ବିଜେପି ସରକାରରେ ଜୁନିଅର ସିନ୍ଧିଆ ମଧ୍ୟ ଛାପ ଛାଡିବାରେ ସମର୍ଥ ହେବେ ବୋଲି ଆଶା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ