ବର୍ଷାରେ ଭାସୁଛି ରାଜଧାନୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାଜଧାନୀ ଦିଲ୍ଲୀରେ ୪୬ ବର୍ଷ ମଧ୍ୟରେ ସର୍ବାଧିକ ବର୍ଷା ହୋଇଛି । ଶୁକ୍ରବାରଠାରୁ ପ୍ରବଳ ବର୍ଷା ଲାଗିରହିବାରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଅଧିକାଂଶ ଅଞ୍ଚଳ ବୁଡିଯାଇଥିଲା । ଦିଲ୍ଲୀରେ ଚଳିତ ମୌସୁମୀ ବର୍ଷା ୧,୦୦୦ ମିମି ଅତିକ୍ରମ କରିଥିବା ବେଳେ ଏହା ବିଗତ ୪୬ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ଚଳିତ ମୌସୁମୀ ଋତୁରେ ଦିଲ୍ଲୀ ଏଯାବତ ୧,୧୦୦ ମିମି ବର୍ଷାଜଳ ଗ୍ରହଣ କରିଛି। ଏହା ୪୬ ବର୍ଷରେ ସର୍ବାଧିକ ଏବଂ ଗତବର୍ଷର ମୌସୁମୀ ବର୍ଷା ତୁଳନାରେ ପ୍ରାୟ ୨ ଗୁଣ। ୧୯୭୫ରେ ବର୍ଷା ଋତୁରେ ଦିଲ୍ଲୀ‌ରେ ୧୧୫୦ ମିମି ବର୍ଷା ରେକର୍ଡ କରାଯାଇଥିଲା।

୨୦୦୩ରେ ଦିଲ୍ଲୀରେ ୧୦୫୦ ମିମି ରେକର୍ଡ ବର୍ଷା ହୋଇଥିଲା। ଜୁନ୍‌ ୧ରୁ ସେପ୍ଟେମ୍ବର ୧୧ ମଧ୍ୟରେ ଦିଲ୍ଲୀ ସ୍ବାଭାବିକ ଭାବେ ୫୯୦.୨ ମିମି ବର୍ଷାଜଳ ଗ୍ରହଣ କରିଥାଏ। ସେପ୍ଟେମ୍ବର ୨୫ ସୁଦ୍ଧା ଦିଲ୍ଲୀରେ ମୌସୁମୀ ଶେଷ ହୋଇଯାଏ। କିନ୍ତୁ ଚଳିତବର୍ଷ ମୌସୁମୀ ଶେଷ ହୋଇନଥିବା ବେଳେ ଦିଲ୍ଲୀ ୧୧୦୦ ମିମି ବର୍ଷାଜଳ ଗ୍ରହଣ କରିଛି। କେବଳ ସେପ୍ଟେମ୍ବରରେ ଦିଲ୍ଲୀ ୩୮୦.୨ ମିମି ବର୍ଷାଜଳ ଗ୍ରହଣ କରିଛି। ୭୭ ବର୍ଷରେ ଏହା ସର୍ବାଧିକ। ପୂର୍ବରୁ ୧୯୪୪ ସେପ୍ଟେମ୍ବରରେ ଦିଲ୍ଲୀରେ ୪୧୭.୩ ମିମି ବର୍ଷା ରେକର୍ଡ ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ