Masthead

ମମତାଙ୍କ ରାଜ୍ୟରେ ଆଫଗାନି ମୁଦ୍ରା

କୋଲକାତା(ବଡ଼ ଖବର ବ୍ୟୁରୋ):    ତାଲିବାନ୍ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ଜବରଦଖଲ କରିବା ପରେ ଏବେ ଚାରିଆଡୁ  ଆତଙ୍କ ଖେଳି ଯାଇଛି । କୃରତାର ସୀମା ଡେଇଁ ମନମୁଖୀ ଶାସନ କରୁଛି । ଦିନକୁ ଦିନ ତାଲିବାନର ଆତଙ୍କକୁ ନେଇ ନୁଆ ନୁଆ ତଥ୍ୟ ସାମ୍ନାକୁ ଆସୁଛି । ଆଉ ଏହାରି ଭିତରେ ଟିଏମ୍ସି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଜ୍ୟ ପଶ୍ଚିମ ବଙ୍ଗରୁ ବିପୁଳ ପରିମାଣରେ ଆଫଗାନୀ ଟଙ୍କା ଜବତ ହୋଇଛି । ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ । ମମତାଙ୍କ ରାଜ୍ୟରେ ଆଫଗାନୀ ମୁଦ୍ରା କେମିତି ଆସିଲା ତାକୁ ନେଇ ଏବେ ଖୋଳତାଡ ଚାଲିଛି । ମିଳିଥିବା ସୂଚନା ମୁତାବିକ, କୋଲକାତା ହେୟାର ଷ୍ଟ୍ରିଟ୍ ଥାନା ପୋଲିସ ଗୁପ୍ତ ସୂଚନା ପାଇ ବିବିଡି ବାଗ ଅଞ୍ଚଳରେ ଚଢାଉ କରିଥିଲା । ପରେ ସେଠାରେ ଦୁଇ ଜଣଙ୍କ ପାଖରେ ପାଖାପାଖି ୨ଲକ୍ଷ ୮ହଜାର ଟଙ୍କାର ଆଫଗାନି ମୁଦ୍ରା ଜବତ କରିଥିଲା ପୋଲିସ ।

ସାଧାରଣତଃ ଆଫଗାନି ବାସିନ୍ଦାମାନେ କେନ୍ଦ୍ରୀୟ ଏବଂ ଦକ୍ଷିଣ କୋଲକାତାର ବିଭିନ୍ନ ସ୍ଥାନରେ ‘କାବୁଲୱାଲା’ ଭାବରେ ଜଣାଶୁଣା । ସେମାନେ ସେଠାରେ ଋଣ କାରାବର କରନ୍ତି, ଆଉ ଏହି ବ୍ୟବସାୟ ଭାରତୀୟ ଟଙ୍କାରେ କରାଯାଇଥାଏ । ତେବେ ଏତେ ପରିମାଣର ଟଙ୍କା ଏଠାକୁ କେମିତି ଆସିଲା ଏବଂ ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ସେପଟେ ବିଜେପି ନେତା ଦିଲୀପ ଘୋଷ ଏହି ଘଟଣାକୁ ନେଇ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଯେ ପଶ୍ଚିମବଙ୍ଗ ସହ ତାଲିବାନର ଗୁପ୍ତ ସମ୍ପର୍କ ରହିଛି । ଏବେ ଏ ରାଜ୍ୟ ଆତଙ୍କବାତୀଙ୍କ ଆଡା ପାଲଟିଛି । ମଣିପୁର,ମିଜୋରାମ ଓ ଆସାମରୁ ଆତଙ୍କବାଦୀମାନେ ଆସି ଆଶ୍ରୟ ନେଉଥିବାବେଳେ ଅନେକ ବାର ଧରା ପଡିଛନ୍ତି । ଅନେକ ସମୟରେ ସେଠାରେ ବିସ୍ଫୋରଣ ଘଟେ । ତେବେ ଏଥିପାଇଁ ଦାୟୀ କିଏ । ପଶ୍ଟିମବଙ୍ଗ ସରକାର ଏ ନେଇ ସତର୍କ ରହିବା ଦରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ