Masthead

ଭାଙ୍ଗୁଛି ଶ୍ରୀମନ୍ଦିର ପ୍ରଶାସନର ପୁରାତନ ପ୍ରଶାସନିକ କୋଠା

ପୁରୀ(ବଡ଼ ଖବର ବ୍ୟୁରୋ): ଭାଙ୍ଗୁଛି ଶ୍ରୀମନ୍ଦିର ପ୍ରଶାସନର ପୁରାତନ ପ୍ରଶାସନିକ କୋଠା । ଏହି କୋଠା ସ୍ଥାନରେ ଠିଆ ହେବ ଉତ୍କଳିୟ କାରୁକାର୍ୟ୍ୟ ସମ୍ପର୍ଣ୍ଣ ଦୁଇ ମହଲାର ନୂତନ କୋଠା । କୋଠା ଉପରେ ଆଧୁନିକ ଗ୍ୟାଲେରୀ ରହିବ ।ବଡ଼ଦାଣ୍ଡରେ ଶୋଭା ବର୍ଦ୍ଧନ କରିବ ଏହି ପ୍ରଶାସନିକ ଦପ୍ତର । ଓଡିଶା ସେତୁ ନିର୍ମାଣ ନିଗମ (ଓବିସିସି) ଏହାର ଦାୟୀତ୍ୱ ନେବାପରେ ଗତ ୨୫ ତାରିଖରୁ କୋଠା ଖାଲି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରାୟ ୭ କୋଟି ବ୍ୟୟ ଆକଳନ ସହ ନୂତନ କୋଠା ର ନବକଳେବର ହେଉଛି । ୧୦୦ ବର୍ଷରୁ ଉର୍ଦ୍ଧ୍ବ ଅଧିକ ପୁରୁଣା କଥାକୁ ରାଜ୍ୟ କୋଠା ବାଡ଼ି ନିର୍ମାଣ ବିଭାଗ ବିପଦସଂକୁଳ ଘୋଷଣା କରିଛି । ପ୍ରସ୍ତାବିତ ନୂତନ କୋଠା ର ତଳ ମହଲାରର ପ୍ରଶାସନ ର ଅଭ୍ୟର୍ଥନା ପ୍ରକୋଷ୍ଠ ,ଅତିଥି ବୈଠକ ଖାନା ,ଲାଉନଞ୍ଜ ଏବଂ ପାର୍କିଂଗ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ଅଛି ।

ପ୍ରଥମ ମହଲାରେ ଅଧିକାରୀ ମାନଙ୍କ କକ୍ଷ, ୨ଟି ବହୁମୁଖୀ ହଲ ଏବଂ କମନ ୱାଶ ରୁମ ର ବ୍ୟବସ୍ଥା ରହିବ ।ଦ୍ଵିତୀୟ ମହଲାରେ ବରିଷ୍ଠ ଅଧିକାରୀ ମାନଙ୍କର ପାଇଂ ଶୌଚାଳୟ ସଂଯୁକ୍ତ ପ୍ରକୋଷ୍ଠ ,ଅଫିସ ପାଇଁ ଫାଙ୍କା ଯାଗା ସହ ,ସମ୍ମିଳନୀ କକ୍ଷ ,ୱେଟିଂ ରୁମ,ପାଣ୍ଟ୍ରି ବ୍ୟବସ୍ଥା ରହିବ । ନବନିର୍ମିତ କୋଠା ସହ ବର୍ତ୍ତମାନ କୋଠା ର ସଂଯୋଗୀକରଣ ରେ ୫୦ ଲକ୍ଷ ଟଙ୍କା ,ନୂତନ କୋଠା ରେ ଉଜ୍ଜଳ ଆଲୁଅ ବ୍ୟବସ୍ଥା କଳିଙ୍ଗ ମନ୍ଦିର ଶୈଳୀରେ ସୌନ୍ଦର୍ୟ୍ୟକରଣ ବ୍ୟବସ୍ଥା ରେ ଆଉ ୫୦ ଲକ୍ଷ ର ଅଟକଳ ରହିଛି ।ଉଜ୍ଜ୍ୱଳ ଆଲୁଅ ବିଛୁରଣ ସହ ରାତ୍ରିକାଳୀନ ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ ମଧ୍ୟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ