Masthead

ହିନ୍ଦୁ-ଶିଖମାନଙ୍କୁ ଭାରତରେ ଆଶ୍ରୟ: ପ୍ରଧାନମନ୍ତ୍ରୀ

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନର ହିନ୍ଦୁ ଏବଂ ସିଖ୍ ମାନଙ୍କୁ ଭାରତରେ ଆଶ୍ରୟ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ । ଭାରତର ନାଗରିକତ୍ୱ ଗ୍ରହଣ କରିବାକୁ ଚାହୁଁଥିବା ଆଫଗାନିସ୍ତାନର ସଂଖ୍ୟା ଲଘୁଙ୍କୁ ଭାରତ ଆଶ୍ରୟ ଦେବ । ଆଫଗାନିସ୍ତାନକୁ ତାଲିବନ ନିଜ ଦଖଲକୁ ନେଇଛି । ଆତଙ୍କର ବାତାବରଣ ଥିବାରୁ ଆଫଗାନିସ୍ତାନରେ ରହୁିଥିବା ସଂଖ୍ୟା ଲଘୁ ଏବେ ଭାରତରେ ଆଶ୍ରୟ ନେବା ପାଇଁ ଆବେଦନ କରୁଛନ୍ତି ।

ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ  ଏକ ବୈଠକ ବସିଥିଲା । ତେବେ ବୈଠକରେ ଏହି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଭାରତର ନାଗରିକତ୍ୱ ଗ୍ରହଣ କରିବାକୁ ଚାହୁଁଥିବା ସେଠିକାର ସଂଖ୍ୟା ଲଘୁ ଶ୍ରେଣୀରେ ଥିବା ଶିଖ ଏବଂ ହିନ୍ଦୁମାନଙ୍କୁ ଆଶ୍ରୟ ଦେବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆଫଗାନିସ୍ତାନରେ ଥିବା ଭାରତୀୟ ନାଗରିକମାନଙ୍କୁ ନିରାପଦ ସ୍ଥାନାନ୍ତର ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବୈଠକରେ ଉପସ୍ଥିତ ଥିବା ସମ୍ପୃକ୍ତ ଅଧିକାରୀମାନଙ୍କୁ କହିଛନ୍ତି। ସୁରକ୍ଷା କ୍ୟାବିନେଟ କମିଟିର ଏକ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତ ଆଫଗାନିସ୍ତାନର ଭାଇ ଓ ଭଉଣୀମାନଙ୍କୁ ସହାୟତା କରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ