Masthead

ବିଧାନସଭା ଶୁଦ୍ଧିକରଣ କଲେ ଡିକେ ଶିବକୁମାର

 

ବାଙ୍ଗାଲୁରୁ (ବଡ ଖବର ବୁ୍ୟରୋ):କର୍ଣ୍ଣାଟକ ବିଧାନସଭାରେ ବିଧାୟକଙ୍କ ଶପଥ ଗ୍ରହଣ ଚାଲିଛି । ଯାହାର ସଂଚାଳନ ଦାୟିତ୍ୱ କାମଚଳା ବାଚସ୍ପତି କଂଗ୍ରେସର ବରିଷ୍ଠ ବିଧାୟକ ଆରବି ଦେଶପାଡେ ନିର୍ବାହ କରୁଛନ୍ତି । ସିଦ୍ଦରମେୟାଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଗାଦିରେ ଆସିବା ପରେ କର୍ଣ୍ଣାଟକ ବିଧାନସଭାର ପ୍ରଥମ ଅଧିବେଶନ ସୋମବାର ଆରମ୍ଭ ହୋଇଛି । ବିଧାନସଭା ଅଧିକାରୀଙ୍କ ଅନୁସାରେ ୩ ଦିବସୀୟ ଅଧିବେଶନ ମଧ୍ୟରେ ୨୨୪ ନବନିର୍ବାଚିତ ବିଧାୟକ ଶପଥ ନେବେ । ଏହାରି ମଧ୍ୟରେ ନୂତନ ଅଧକ୍ଷଙ୍କୁ ମଧ୍ୟ ଚୟନ କରାଯିବ ।ମୁଖ୍ୟମନ୍ତ୍ରୀ ସିଦ୍ଦରାମୟା ,ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର , ମନ୍ତ୍ରୀ ଜି ପରମେଶ୍ୱର ,କେ ଏଚ୍ ମୁନୀୟପ୍ପା, ଏମ୍ବି ପଟେଲ , କେକେ ଜଜ୍ଜ‘, ସତିଶ ଜାରକୋହେଲି ପ୍ରିୟଙ୍କା ଖଡଗେ ଆଦି ବିଧାୟକ ରୁପରେ ଶପଥ ନେଇ ସାରିଛନ୍ତି ।

ଏହା ପୂର୍ବରୁ କର୍ଣ୍ଣାଟକର ଡେପୁଟି ସିଏମ୍ ଡିକେ ଶିବକୁମାର ବାଙ୍ଗାଲୁରୁରେ ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ଓ ବିଜେପି ନେତା ଏସ୍ ଏମ୍ କୃଷ୍ଣାଙ୍କ ପାଦ ଛୁଇଁ ଆର୍ଶିବାଦ ନେଇଛନ୍ତି । ଶିବକୁମାର ବିଧାନସଭାରେ ପ୍ରବେଶ ପୂର୍ବରୁ ବିଧାନସଭାର ସିଢିକୁ ମଧ୍ୟ ମଥା ଲଗାଇ ମୁଣ୍ଡିଆ ମାରିଥିଲେ । ସେ ପୂର୍ବ ମୁଖ୍ୟମନ୍ତ୍ରୀ ଓ ବିଜେପି ନେତା ବସ୍ୱବ୍ୱରାଜ ବୋମ୍ମାଇଙ୍କୁ ମଧ୍ୟ ଭେଟି ଥିଲେ । ଏହା ପୂର୍ବରୁ ବାଙ୍ଗାଲୁରୁ ରେ କଂଗ୍ରେସ କାର୍ଯ୍ୟକତ୍ତା ମାନେ ରାଜ୍ୟ ବିଧାନସଭାରେ ଗୋ ମୂତ୍ର ଛିଞ୍ଚି ଲେ ଓ ପୂଜା କରିଲେ । ସେ କହିଛନ୍ତି ସେ ବିଧାନସଭାର ସୁଦ୍ଧିକରଣ କରୁଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା