Before Header

ନେତୃତ୍ୱ ପରିବର୍ତ୍ତନ ପାଇଁ ଆପର ଆହ୍ୱାନ

0 552

ମାହାଙ୍ଗା (ବଡ଼ ଖବର ବ୍ୟୁରୋ):  ମାହାଙ୍ଗାରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଆମ ଆଦମୀ ପାର୍ଟି ଆହ୍ୱାନ ଦେଇଛି । ଶାସକ ବିଜେଡି ଏବଂ ବିଜେପି ଉଭୟ ଦଳ ପୁରୁଣା ପ୍ରାର୍ଥୀଙ୍କ ବଦଳରେ ନୂଆ ପ୍ରାର୍ଥୀ ଦେଇଥିବାରୁ ଆମ ଆଦମୀ ପାର୍ଟିକୁ ଲୋକେ ଅଧିକ ବିଶ୍ୱାସ କରିବା ଚର୍ଚ୍ଚା ହେଉଛି । ଦଳ ସାରଦା ପ୍ରସାଦ ଦାସଙ୍କୁ ଟିକେଟ ଦେବାରୁ ସାରଦା ନିର୍ବାଚିତ ହେଲେ ସାଧାରଣ ଲୋକଙ୍କ ପାଇଁ କାମ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି  । ଦୁର୍ନୀତି ଭ୍ରଷ୍ଟାଚାର ଅରାଜକତା ବିରୁଦ୍ଧରେ ଏକ ବିକଶିତ ମାହାଙ୍ଗା ଗଠନ ପାଇଁ ଆମ ଆଦମୀ ପାର୍ଟି ଏକମାତ୍ର ବିକଳ୍ପ ବୋଲି ସାରଦା ଆହ୍ୱାନ ଦେଇଥିଲେ । ମାହାଙ୍ଗା ଏବଂ ନିଶ୍ଚିନ୍ତକୋଇଲି ଉଭୟ ବ୍ଲକରେ ଥିବା ପାର୍ଟିର ସଂଗଠକ ମାନେ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.