Masthead

ସିଦ୍ଧୁଙ୍କ ଇସ୍ତଫା ପରେ ସ୍ୱର ବଦଳାଇଲେ କ୍ୟାପଟେନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କ୍ୟାପଟେନ ଅମରିନ୍ଦର ସିଂହଙ୍କ ହଠାତ ଇସ୍ତଫା ଦେବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହା ସହ କ୍ୟାପଟେନ ମୁଖ୍ୟମନ୍ତ୍ରୀ ପଦରେ ଥିବାବେଳେ ତାଙ୍କୁ ଅଣନିଃଶ୍ୱାସୀ ଭଳି ଲାଗୁଥିଲା ବୋଲି କହିଥିଲେ । ସିଦ୍ଧୁ ଓ କ୍ୟାପଟେନଙ୍କ ଦୀର୍ଘ ଦିନର କନ୍ଦଳ ମଧ୍ୟ ସମାପ୍ତ ହୋଇଯାଇଥିଲା । କେବଳ ଏତିକି ନୁହେଁ ବରଂ ଇସ୍ତଫା ଦେବା ପରେ ଦଳର ସୁପ୍ରିମୋ ଠାରୁ ଆରମ୍ଭ କରି ସିଦ୍ଧୁଙ୍କୁ ସମାଲୋଚନା କରିବା ପାଇଁ ପଛେଇନଥିଲେ । ତେବେ ତାଙ୍କର ଦଳକୁ ନେଇ ଥିବା କ୍ରୋଧ ଏଥିରୁ ସ୍ପଷ୍ଟ ବାରି ହୋଇଯାଇଥିଲା । ଏହା ମଧ୍ୟରେ ନବଜୋତ ସିଂହ ସିଦ୍ଧୁ ନିଜ ପଦରୁ ଇସ୍ତଫା ଦେଇଥିବାର କଥା ସାମ୍ନାକୁ ଆସିଛି ।

ଏ ଖବର ସାମ୍ନାକୁ ଆସିବା ପରେ କ୍ୟାପଟେନ ନିଜର ସ୍ୱର ପରିବର୍ତ୍ତନ କରିଥିବାର ସୂଚନା ମିଳିଛି । କାହିଁକିନା ଏହା ପୂର୍ବରୁ କ୍ୟାପଟେନ କଂଗ୍ରେସ ଛାଡ଼ି ଭାରତୀୟ ଜନତା ପାର୍ଟିରେ ମିଶିବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା । ଏହା ସହ ସେ ଖୁବଶୀଘ୍ର ବିଜେପି ସଭାପତି ଜେ ପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ଯାଉଥିବାର ସୂଚନା ମିଳିଥିଲା । ହେଲେ ସିଦ୍ଧୁଙ୍କର ଇସ୍ତଫା ଦେବା କଥା ସାମ୍ନାକୁ ଆସିବା ପରେ ସେ ନିଜର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ