ତାଲିବାନକୁ ଆମେରିକାର କଡ଼ା ଚ୍ୟାଲେଞ୍ଜ

(ବଡ଼ ଖବର ବ୍ୟୁରୋ): ତାଲିବାନ ପକ୍ଷରୁ ବାରମ୍ବାର ଆମେରିକା ଓ ଅନ୍ୟ ଦେଶର ସେନା ଯବାନଙ୍କୁ ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନ ଛାଡ଼ିବାକୁ କହିଛି। ଯଦି ଏହାପରେ ବି କେହି କାବୁଲରେ ରହିବେ, ତା’ହେଲେ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସଂଗଠନ ପକ୍ଷରୁ ଧମକ ଦିଆଯାଇଥିଲା। ତେବେ ଆଫଗାନିସ୍ତାନ ଛାଡ଼ିବାକୁ ଅଗଷ୍ଟ ୩୧ର ଡେଡ ଲାଇନ ଧାର୍ଯ୍ୟ କରିଥିବା ତାଲିବାନକୁ ଆଜି ଆମେରିକା କଡ଼ା ଚ୍ୟାଲେଞ୍ଜ ଦେଇଛି।

ଆମେରିକା ପାଇଁ କେବେ ହେଲେ କୌଣସି ଡେଡ ଲାଇନ ନଥାଏ। ଡେଡ ଲାଇନ ପରେ ମଧ୍ୟ ଆମେରିକା ପୂର୍ବଭଳି କାବୁଲରେ ତା’ର ନାଗରିକ ଓ ସହଯୋଗୀମାନଙ୍କ ପାଇଁ କାମ କରିବ। ସେହିପରି ଅଗଷ୍ଟ ୩୧ ପରେ ବି ଉଦ୍ଧାର ଜାରି ରହିବ ବୋଲି ୱାଶିଂଟନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ଆନ୍ଥୋନୀ ବ୍ଲିନକେନ କହିଛନ୍ତି, “ମୁଁ ଏଠାରେ ସ୍ପଷ୍ଟ କରିଦେବାକୁ ଚାହୁଁଛି ଯେ ଆମ କାମରେ କେବେ ହେଲେ କୌଣସି ଡେଡ ଲାଇନ ନଥାଏ।

ଯେଉଁମାନେ ଆଫଗାନ ଛାଡ଼ିବାକୁ ଚାହୁଁଛନ୍ତି, ସେମାନେ ସମସ୍ତେ ଗୋଟିଏ କାର୍ଯ୍ୟକ୍ଷମ ଥିବା ଏୟାରପୋର୍ଟ ଓ ଅନ୍ତର୍ଜାତୀୟ ଚାପରେ ଉଦ୍ଧାର ହେବେ। ସେନା ପ୍ରତ୍ୟାହାର ପରେ ଆମେରିକା ଓ ତା’ର ସହଯୋଗୀମାନେ ତାଲିବାନ ଉପରେ ଚାପ ପକାଇ ଦେଶ ଛାଡ଼ିବାକୁ ଥିବା ଲୋକଙ୍କୁ ଉଦ୍ଧାର କରିବେ। ତାଲିବାନ ସର୍ବସମ୍ମୁଖରେ ଓ ବ୍ୟାକ ଚ୍ୟାନେଲରେ ଆମେରିକା, ଆଫଗାନ ନାଗରିକ ଓ ଅନ୍ୟ ଦେଶର ନାଗରିକଙ୍କ ସୁରକ୍ଷିତ ଏୟାରଲିଫ୍ଟ ପାଇଁ ପ୍ରତିଶ୍ରୁତି ଦେଇଛି। ଅଗଷ୍ଟ ୩୧ ପରେ ମଧ୍ୟ ଏହା ଜାରି ରହିବ।” ତାଲିବାନର ଏପରି ବୟାନ ପରେ ଆମେରିକା ପକ୍ଷରୁ ଏପରି ପ୍ରତିକ୍ରିୟା ପ୍ରକାଶ ପାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’