Before Header

ବ୍ୟାକ୍ କଲେ କାଜଲ୍

0 11

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡ ଜଗତର ଏଭରଗ୍ରୀନ୍ ହିରୋଇନ୍ କାଜଲ ଏବେ ପୁଣି ବ୍ୟାକ୍ କରୁଛନ୍ତି ପରଦାକୁ । ଦିର୍ଘ ଦିନର ବ୍ୟବଧାନ ପରେ ସେ ପୁଣି ରେଡି ହେଉଛନ୍ତି ତାଙ୍କ ଆଗାମୀ ମୁଭି ପାଇଁ । ଏଥର କିନ୍ତୁ କାଜଲଙ୍କୁ ଡାଇରେକ୍ଟ କରିବେ ସାଉଥ ଜଗତର ନାମିଦାମୀ ଅଭିନେତ୍ରୀ ରେବତୀ । ନିକଟରେ ଏହି ଖବର ନିଜେ କାଜଲ୍ ଦେଇଛନ୍ତି । ସୋସିଆଲ ମିଡିଆ ଆକାଉଣ୍ଟରେ ସେ ରେବତୀଙ୍କ ସହ ଏକ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଏହି ବିଷୟରେ ଜଣାଇଛନ୍ତି ।ତାଙ୍କର ଏହି ଫିଲ୍ମର ଟାଇଟେଲ୍ ରହିଛି ‘ଦ ଲାଷ୍ଟ୍ ହୁରା’ । ଏହା ଏକ ନାରୀ କୈନ୍ଦ୍ରିକ ଫିଲ୍ମ ହୋଇଥିବା ବେଳେ ଏହାର ଲିଡ୍ କ୍ୟାରେକ୍ଟରେ ନଜର ଆସିବେ କାଜଲ୍ । ସୋସିଆଲ ମିଡିଆରେ ଏହି ଫିଲ୍ମର ଘୋଷଣା କରି କାଜଲ୍ ନିଜେ ଖୁବ୍ ଖୁସି ଜାହିର୍ କରିଛନ୍ତି । ସେ ଲେଖିଛନ୍ତି ଯେ, ‘ହଁ କହିବା ଛଡା ମୋ ପାଖରେ ଆଉ କିଛି ବାଟ ନଥିଲା । ଏହି ଫିଲ୍ମ ମୋତେ ଅଫର ହେବା ପରେ ମୁଁ ସାଙ୍ଗେ ସାଙ୍ଗେ ହଁ କହିଥିଲି । ଏହା ବ୍ୟତୀତ ଫିଲ୍ମଟିକୁ ଅଭିନେତ୍ରୀ ରେବତୀ ଡାଇରେକ୍ଟ କରୁଥିବାରୁ ସେ ତାଙ୍କ ସହ କାମ କରିବାକୁ ବି ଖୁବ୍ ଏକ୍ସାଇଟେଟ୍ ଥିବା କରିଛନ୍ତି’ ।

ତେବେ ବାସ୍ତବିକ କାହାଣିକୁ ନେଇ ତିଆରୀ ହେଉଥିବା ଏହି ଫିଲ୍ମର ଷ୍ଟାରକାଷ୍ଟ ଫାଇନାଲ୍ ହୋଇ ଯାଇଥିବା ବେଳେ ଏବେ ଏହାର ପ୍ରି-ପ୍ରଡକ୍ସନ୍ କାମ ଚାଲୁ ରହିଛି । ଖୁବ୍ଶୀଘ୍ର ଏହା ଫ୍ଲୋରକୁ ଯିବ ବୋଲି ପ୍ରଡକ୍ସନ ୟୁନିଟ୍ ତରଫରୁ କୁହାଯାଇଛି । ତେବେ ଏହି ଫିଲ୍ମକୁ ନେଇ ନିର୍ଦ୍ଦେଶିକା ରେବତୀ କହିଛନ୍ତି ଯେ ସେ ଯେତେବେଳେ ଏହି ଫିଲ୍ମର କାହାଣୀ ଶୁଣିଥିଲେ ପ୍ରଥମେ ସୁଜାତା ଚରିତ୍ରରେ ସେ କାଜଲଙ୍କୁ ହିଁ ଦେଖିଥିଲେ । ଏହି ଚରିତ୍ର ପାଇଁ କାଜଲଙ୍କ ପାଖରେ ସମସ୍ତ ଗୁଣ ଭରି ରହିଛି ବୋଲି କହିଛନ୍ତି ରେବତୀ । ତା ଛଡା ସେ କାଜଲଙ୍କ ସହ ଏକାଠି କାମ କରିବାକୁ ବି ବେଶ୍ ଉତ୍ସାହିତ ରହିଛନ୍ତି । ସେପଟେ କାଜଲ୍ ମଧ୍ୟ ମୁଭିର କାହାଣୀ ଶୁଣିବା ପରେ ନିଜକୁ ସୁଜତା ଚରିତ୍ର ସହ ଯୋଡୁଛନ୍ତି । ଏହି ଯାତ୍ରା ତାଙ୍କ ପାଇଁ ବାସ୍ତବରେ ଖୁବ୍ ଅବିଶ୍ୱସନୀୟ ଓ ପ୍ରେରଣାଦାୟୀ ବୋଲି ସେ ହୃଦୟଙ୍ଗମ କରିଛନ୍ତି ।

ତେବେ ଶେଷଥର ପାଇଁ କାଜଲଙ୍କୁ ବଡ ପରଦାରେ ଫିଲ୍ମ ‘ତାହ୍ନାଜୀ’ରେ ଦେଖିବାକୁ ମିଳିଥିଲା । ଏଥିରେ ସେ ନିଜ ସ୍ୱାମୀ ତଥା ସୁପରଷ୍ଟାର ଆକ୍ଟର ଅଜୟ ଦେବଗନଙ୍କ ବିପକ୍ଷରେ ନଜର ଆସିଥିଲେ । ଦୁହିଁଙ୍କ ଯୋଡି ପୂର୍ବପରି ମଧ୍ୟ ବକ୍ସ ଅଫିସରେ ହିଟ୍ ହୋଇଥିଲା । ଏହା ବ୍ୟତିତ କାଜଲଙ୍କୁ ନିକଟରେ ଓଟିଟି ପ୍ଲାଟଫର୍ମରେ ମଧ୍ୟ ଦେଖିବାକୁ ମିଳିଥିଲା । ଫିଲ୍ମ ‘ତ୍ରିିଭଙ୍ଗ’ରେ ସେ ତାଙ୍କ ଦମଦାର ପ୍ରଦର୍ଶନ ଦେଖାଇଥିଲେ । ତେବେ ବର୍ତ୍ତମାନ ସେ ପୁଣି କେଉଁ ଅବତାରରେ ନଜର ଆସୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.