ପୁଣି ଇସ୍କନର ଅଦିନିଆ ରଥଯାତ୍ରା

ପୁରୀ (ବଡ଼ ଖବର ବ୍ୟୁରୋ): କେବେ ସୁଧୁରିବ ଇସ୍କନ । ବାରମ୍ବାର ତାଗିଦ ଓ ବିରୋଧ ପରେ ବି ମନମାନି କରୁଛି ଇସ୍କନ । ପୁଣି ଇସ୍କନର ଅଦିନିଆ ରଥଯାତ୍ରା । ମଧୁବନ ଆଶ୍ରମ ରିଷିକେଷ ଦ୍ବାରା ଆୟୋଜିତ ହୋଇଛି ରଥଯାତ୍ରା । ୨୮ତମ ଶ୍ରୀଜଗନ୍ନାଥ ରଥଯାତ୍ରାକୁ ସଂପୂର୍ଣ୍ଣ କରିଛି ଇସ୍କନ । ଅକ୍ଟୋବର ୭ ତାରିଖରେ ଅଦିନିଆ ଅନୁଷ୍ଠିତ ହୋଇଛି ରଥଯାତ୍ରା । ବାରମ୍ବାର ତାଗିଦ ପରେ ବି ମାନୁନି ଇସ୍କନ । ଯାହାକି ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଝଟ୍‌କା ଦେଇଛି । ଖବର ଅନୁଯାୟୀ, ଗତ ୭ ତାରିଖ ଦିନ ଇସ୍କନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ରିଷିକେଶରେ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ରିଷିକେଶ ସ୍ଥିତ ମଧୁବନ ଆଶ୍ରମରେ ଏହି ରଥଯାତ୍ରାର ଆୟୋଜନ କରାଯାଇଥିଲା । ଯେଉଁଥିରେ ହଜାର ହଜାର ସଂଖ୍ୟ ଲୋକେ ସାମିଲ ହୋଇଥିଲେ । ଇସ୍କନର ଏହି ଅଦିନିଆ ରଥଯାତ୍ରାକୁ ନେଇ ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।ତେବେ ଥରେ କି ଦୁଇ ଥର ନୁହେଁ । ଇସ୍କନ ଏହିପରି ଭାବେ ବାରମ୍ବାର ଅଦିନିଆ ରଥଯାତ୍ରାର ଆୟୋଜନ କରୁଛି । ଆଉ ନିଜକୁ ଜଗନ୍ନାଥଙ୍କ ବଡ଼ ଭକ୍ତ ବୋଲାଉଛି । ହେଲେ ଏଠି ପ୍ରଶ୍ନ ଉଠୁଛି । ଯଦି ଜଗନ୍ନାଥଙ୍କ ତୁମେ ଭକ୍ତ, ତେବେ ଅଦିନରେ କିପରି ଭାବେ ରଥଯାତ୍ରାର ଆୟୋଜନ କରୁଛ ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ