Masthead

ପୁଣି ଇସ୍କନର ଅଦିନିଆ ରଥଯାତ୍ରା

ପୁରୀ (ବଡ଼ ଖବର ବ୍ୟୁରୋ): କେବେ ସୁଧୁରିବ ଇସ୍କନ । ବାରମ୍ବାର ତାଗିଦ ଓ ବିରୋଧ ପରେ ବି ମନମାନି କରୁଛି ଇସ୍କନ । ପୁଣି ଇସ୍କନର ଅଦିନିଆ ରଥଯାତ୍ରା । ମଧୁବନ ଆଶ୍ରମ ରିଷିକେଷ ଦ୍ବାରା ଆୟୋଜିତ ହୋଇଛି ରଥଯାତ୍ରା । ୨୮ତମ ଶ୍ରୀଜଗନ୍ନାଥ ରଥଯାତ୍ରାକୁ ସଂପୂର୍ଣ୍ଣ କରିଛି ଇସ୍କନ । ଅକ୍ଟୋବର ୭ ତାରିଖରେ ଅଦିନିଆ ଅନୁଷ୍ଠିତ ହୋଇଛି ରଥଯାତ୍ରା । ବାରମ୍ବାର ତାଗିଦ ପରେ ବି ମାନୁନି ଇସ୍କନ । ଯାହାକି ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଝଟ୍‌କା ଦେଇଛି । ଖବର ଅନୁଯାୟୀ, ଗତ ୭ ତାରିଖ ଦିନ ଇସ୍କନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ରିଷିକେଶରେ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ରିଷିକେଶ ସ୍ଥିତ ମଧୁବନ ଆଶ୍ରମରେ ଏହି ରଥଯାତ୍ରାର ଆୟୋଜନ କରାଯାଇଥିଲା । ଯେଉଁଥିରେ ହଜାର ହଜାର ସଂଖ୍ୟ ଲୋକେ ସାମିଲ ହୋଇଥିଲେ । ଇସ୍କନର ଏହି ଅଦିନିଆ ରଥଯାତ୍ରାକୁ ନେଇ ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।ତେବେ ଥରେ କି ଦୁଇ ଥର ନୁହେଁ । ଇସ୍କନ ଏହିପରି ଭାବେ ବାରମ୍ବାର ଅଦିନିଆ ରଥଯାତ୍ରାର ଆୟୋଜନ କରୁଛି । ଆଉ ନିଜକୁ ଜଗନ୍ନାଥଙ୍କ ବଡ଼ ଭକ୍ତ ବୋଲାଉଛି । ହେଲେ ଏଠି ପ୍ରଶ୍ନ ଉଠୁଛି । ଯଦି ଜଗନ୍ନାଥଙ୍କ ତୁମେ ଭକ୍ତ, ତେବେ ଅଦିନରେ କିପରି ଭାବେ ରଥଯାତ୍ରାର ଆୟୋଜନ କରୁଛ ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା