Masthead

ବୟସ ଜାଲିଆତି ପଡିଲା ମହଙ୍ଗା, ଅଯୋଗ୍ୟ ଘୋଷିତ ହେଲେ ସରପଞ୍ଚ

ପରଜଙ୍ଗ(ବଡ଼ ଖବର ବ୍ୟୁରୋ): ପରଜଙ୍ଗ ବ୍ଲକ ଜୟପୁରା କାଟେଣୀ ପଞ୍ଚାୟତର ଭାଜାପା ସମର୍ଥିତ ସରପଞ୍ଚ ମିତାରାଣୀ ସାହୁଙ୍କୁ ମହଙ୍ଗା ପଡିଛି ବୟସ ଜାଲିଆତି । ବୟସ ଜାଲିଆତି କରିବା ଅଭିେଯୋଗରେ ପରଜଙ୍ଗ ସିଭିଲ ଜଜ୍ ଜୁନିୟର ଡିଭିଜନ ତ୍ରିଜୀବ କୁମାର ନନ୍ଦ ତାଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ ଗତ ପଞ୍ଚାୟତ ନିର୍ବାଚନରେ ମିତାରାଣୀ ପ୍ରାର୍ଥୀପତ୍ର ଦାଖଳ ସମୟରେ ବୟସ ପ୍ରମାଣପତ୍ର ଜାଳିଆତି କରିଥିଲେ । ଓଡିଶା ପଞ୍ଚାୟତ ଆକ୍ଟ ୧୯୬୪ ଅନୁସାରେ ସରପଞ୍ଚ ପଦବୀ ପାଇଁ ସର୍ବନିମ୍ନ ବୟସ ସୀମା ହେଉଛି ୨୧ ବର୍ଷ । ହେଲେ ମିତାରାଣୀ ବୟସ ଜାଲିଆତି କରି ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ଏନେଇ ତାଙ୍କ ନିକଟତମ ପ୍ରାର୍ଥୀ ବିନୁ ବେହେରା ପରଜଙ୍ଗ କୋର୍ଟରେ ନଂ.୪/୨୨ରେ ଏକ ମାମଲା ରୁଜୁ କରିଥିଲେ । ସୋମବାର ଏହି ମାମଲାର ଶୁଣାଣି କରି ପରଗଙ୍ଗ ସିଭିଲ ଜଜ୍ ଜୁନିୟର ଡିଭିଜନ ମିତାରାଣୀଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ମିନୁ ବେହେରାଙ୍କ ତରଫରୁ ପ୍ରେମାନନ୍ଦ ସାହୁ , ଅଶୋକ କୁମାର ଦାସ ମାମଲା ପରିଚାଳନା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା