Masthead

ଅନଲାଇନ ଠକେଇ, ଯୁବକ ଗିରଫ

ଭଦ୍ରକ(ବଡ଼ ଖବର ବ୍ୟୁରୋ): ଅନଲାଇନରେ ୬୦ ଲକ୍ଷରୁ ଉଦ୍ଧ୍ୱ ଠକେଇ ଅଭିଯୋଗ । ଭଦ୍ରକ ଧୂଷୁରୀ ଥାନା ପହଞ୍ଚି ତଦନ୍ତ କରୁଛି ଦିଲ୍ଲୀ ପୋଲିସ । ଗତକାଲି ବିଳମ୍ବିତ ରାତିରେ ଧୂଷୁରୀ ଥାନା ନରହରିପୁରରେ ଶଶୂର ଘରେ ଚଢ଼ାଉ କରି ଠକ ରାଜେନ୍ଦ୍ର ମଲ୍ଲିକଙ୍କୁ ଅନଲାଇନରେ ଠକୁଥିବା ଅଭିଯୋଗରେ ଗିରଫ କରିଛି ଦିଲ୍ଲୀ ପୋଲିସ । ପୋଲିସ ପକ୍ଷରୁ ଯୁବକଙ୍କୁ ଅଧିକ ପଚରାଉଚୁରା ସହ ଖୋଳତାଡ ଜାରି ରହିଛି । ବିଭିନ୍ନ ନାମି ଦାମି କମ୍ପାନୀ ଓ ଦିଲ୍ଲୀ ଏୟାରପୋର୍ଟ ନାଁରେ ଫେକ ଆଇଡ଼ି ଖୋଲି ଯୁବକ ଜଣକ ଫ୍ଲାଇଟ ଟିକେଟ ବୁକିଂ କରୁଥିଲେ । ୬୦ ଲକ୍ଷରୁ ଉଦ୍ଧ୍ୱ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଯୁବକ ଜଣକ ସମ୍ପୃକ୍ତ ଥିବା ଦିଲ୍ଲୀ ପୋଲିସ ଜାଣିବାକୁ ପାଇଛି । ଅନଲାଇନ ଠକ ରାଜେନ୍ଦ୍ରକୁ ଧୂଷୁରୀ ପୋଲିସ ଧାମନଗର କୋର୍ଟ ଚାଲାଣ କରିଛି । ଦିଲ୍ଲୀ ପୋଲିସ ଅଭିଯୁକ୍ତ ରାଜେନ୍ଦ୍ରକୁ ରିମାଣ୍ଡରେ ଦିଲ୍ଲୀ ନେବ ସୂଚନା ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ