Masthead

ଏୟାର୍ ଷ୍ଟ୍ରାଇକ୍ ପାକିସ୍ତାନକୁ ମହଙ୍ଗା ପଡ଼ିବ: ଆଫଗାନିସ୍ତାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚାଲିଛି ପବିତ୍ର ରମଜାନ ମାସ । ସାରା ବିଶ୍ୱର ମୁସଲିମ୍ ଧର୍ମାବଲମ୍ବୀମାନେ ଅଲ୍ଲାଙ୍କ ଇବାଦତରେ ମଗ୍ନ ଅଛନ୍ତି, ଠିକ୍ ଏତିକିବେଳେ ଆଫଗାନିସ୍ତାନ ସୀମାରେ ପାକିସ୍ତାନ ସେନା ବର୍ଷାଇଛି ମୃତ୍ୟୁର ଗୋଳା । ପାକିସ୍ତାନର ଏହି ବର୍ବର ଏୟାରଷ୍ଟ୍ରାଇକରେ ପୂର୍ବ ଆଫଗାନିସ୍ତାନର ଏକ ନୀରିହ କୃଷକ ପରିବାର ନିଶ୍ଚିହ୍ନ ହୋଇଯାଇଛି । ପରିବାରର ଜଣେ ବଞ୍ଚିଯାଇଥିବା ସଦସ୍ୟ ସ୍ଥାନୀୟ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, “ଆମେ ଦିନସାରା ବିଲରେ କାମ କରିଥିଲୁ । ସନ୍ଧ୍ୟାରେ ରୋଜା ଖୋଲିବା ପରେ ସମସ୍ତେ ମିଶି ଖାଇଥିଲୁ ଏବଂ ଖୁଡ଼ିଙ୍କ ସହ କଥାବାର୍ତ୍ତା କରି ଶୋଇବାକୁ ଯାଇଥିଲୁ । କିନ୍ତୁ, କିଏ ଜାଣିଥିଲା ସେହି ନିଦ ଆମ ପାଇଁ ଶେଷ ନିଦ ହେବ !” ମଧ୍ୟରାତ୍ରିରେ ହୋଇଥିବା ଏହି ଆକ୍ରମଣରେ ଗୋଟିଏ ପରିବାରର ୨୩ ଜଣ ସଦସ୍ୟ ମାଟିତଳେ ଦବି ଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ମାତ୍ର ୪ ଜଣଙ୍କ ମୃତଦେହ ମିଳିଥିବା ବେଳେ ବାକି ନିଖୋଜ ଅଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଆକ୍ରମଣ ପରେ ଚାରିଡ଼େ କେବଳ ଭଙ୍ଗା ପଥର ଓ ମାଟିର ଗଦା । ଅନ୍ଧାର ରାତିରେ ବାହାରେ ଥିବା ଲୋକମାନେ ହାତରେ ଟର୍ଚ୍ଚ ଧରି ମଲବେ ତଳେ ଚାପି ହୋଇ ରହିଥିବା ନିଜ ପ୍ରିୟଜନଙ୍କୁ ଖୋଜୁଛନ୍ତି । ନଙ୍ଗରହାର ଏବଂ ପକ୍ତିକା ପ୍ରାନ୍ତର ପ୍ରାୟ ୫ଟି ସ୍ଥାନକୁ ଟାର୍ଗେଟ୍ କରି ଏହି ଏୟାରଷ୍ଟ୍ରାଇକ୍ କରାଯାଇଛି ।

ଆଫଗାନ ଗଣମାଧ୍ୟମ ରିପୋର୍ଟ କରିଛି, ଏୟାର୍ ଷ୍ଟ୍ରାଇକ୍‌ରେ ଘର ଓ ମଦ୍ରାସାକୁ ଟାର୍ଗେଟ କରି କରାଯାଇଛି। ଏଥିରେ ୧୨ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଆକ୍ରମଣ ପରେ ପାକିସ୍ତାନ ଉପରେ ତାଲିବାନ ଅଧିକାରୀ କ୍ରୋଧିତ ହୋଇଛନ୍ତି। ଆଫଗାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଆକ୍ରମଣର କଡ଼ା ଜବାବ ଦେବାକୁ ଚେତାବନୀ ଦେଇଛି । ପାକିସ୍ତାନରେ ପୂର୍ବତନ ଆଫଗାନିସ୍ତାନ ରାଷ୍ଟ୍ରଦୂତ ଅବଦୁଲ ସଲାମ ଜୈଫ୍ କହିଛନ୍ତି, ନାଙ୍ଗରହାର ଓ ପାକଟିକା ଉପରେ ପାକିସ୍ତାନୀ ଶାସକଙ୍କ ଦ୍ୱାରା କରାଯାଇଥିବା ଆକ୍ରମଣ ଦେଶର ସାର୍ବଭୌମତ୍ୱର ଉଲ୍ଲଂଘନ। ଏହା ଏକ ଅନ୍ୟାୟ ଓ କାପୁରୁଷତାପୂର୍ଣ୍ଣ କାର୍ଯ୍ୟ। ପାକିସ୍ତାନ ନିଜର ଦାୟିତ୍ୱରୁ ଖସିବାକୁ ଚେଷ୍ଟା କରୁଛି ।

ନିଜର ଘରୋଇ ବିଫଳତାକୁ ଲୁଚାଇବା ପାଇଁ ନିରୀହ ଲୋକଙ୍କୁ ଟାର୍ଗେଟ କରୁଛି। ଏହି ଆକ୍ରମଣ ଆଫଗାନିସ୍ତାନର ଅନ୍ତର୍ଜାତୀୟ ଆଇନ, ପଡ଼ୋଶୀ ନୀତି ଓ ଇସଲାମିକ ମୂଲ୍ୟବୋଧର ସ୍ପଷ୍ଟ ଉଲ୍ଲଂଘନ । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ନାଗରିକ ଓ ଧାର୍ମିକ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ ପାକିସ୍ତାନୀ ସେନାର ଗୁପ୍ତଚର ତଥା ସୁରକ୍ଷା ବିଫଳତାର ସ୍ପଷ୍ଟ ପ୍ରମାଣ। ଏଭଳି ବାରମ୍ବାର ଆକ୍ରମଣ କେବେବି ସେମାନଙ୍କର ବିଫଳତାକୁ ଲୁଚାଇ ପାରିବ ନାହିଁ । ଇସଲାମିକ୍ ଏମିରେଟ୍ ଅଫ୍ ଆଫଗାନିସ୍ତାନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି, ପାକିସ୍ତାନର ସାମରିକ ଗୋଷ୍ଠୀ ପୁଣି ଥରେ ଆଫଗାନ ମାଟି ଉପରେ ଆକ୍ରମଣ କରିଛି। ପାକିସ୍ତାନୀ ସେନା ନାଙ୍ଗରହାର ଏବଂ ପାକଟିକାରେ ସାଧାରଣ ଲୋକଙ୍କ ଉପରେ ବୋମା ମାଡ଼ କରିଛି, ଯେଉଁଥିରେ ମହିଳା ଓ ଶିଶୁଙ୍କ ସମେତ୧୨ାୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନୀ ଜେନେରାଲମାନେ ଏପରି ଆକ୍ରମଣ ମାଧ୍ୟମରେ ନିଜ ଘରେ ନିଜର ସୁରକ୍ଷା ଦୁର୍ବଳତାକୁ ପୂରଣ କରିବାକୁ ବୃଥା ପ୍ରୟାସ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ 🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ