Masthead

କୋଭିଡ ନିୟମ ନମାନିଲେ ବିମାନ ଯାତ୍ରା ବନ୍ଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଏଣିକି ବିମାନରେ ଯାତ୍ରା କରିବାକୁ ହେଲେ ମାନିବାକୁ ପଡିବ ସମସ୍ତ କୋଭିଡ ନିୟମ । ନହଲେ ଗଣିବାକୁ ପଡିବ ଜୋରିମାନା । କୋଭିଡ-୧୯ ଦିଶା ନିର୍ଦ୍ଦେଶ ଅନୁସାରେ ଯେଉଁମାନେ ସଠିକ ଭାବେ ମାସ୍କପିନ୍ଧିବେ ନାହିଁ କି ସାମିଜିକ ଦୂରତା ନିୟମ ଉଲଘଂନ କରିବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଘଟଣାସ୍ଥଳରେ ଉପସ୍ଥିତ ପୋଲିସ କର୍ମଚାରୀଙ୍କ ସହଯୋଗରେ ଅମାନିଆ ଯାତ୍ରୀଙ୍କ ଉପରେ ତଣ୍ଡ କଷିବାକୁ ନିର୍ଦ୍ଦେଶ ଦେଇଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ।

ଡିଜିସିଏ ମାର୍ଚ୍ଚ ୧୩ରେ ବିମାନବନ୍ଦର ଓ ବିମାନ କମ୍ପାନୀଙ୍କୁ କହିଥିଲେ ଯାତ୍ରୀ ଯାତ୍ରା ସମୟରେ ପ୍ରତି ମୂହୁର୍ତ୍ତରେ ଯେପରି ମାସ୍କ ପିନ୍ଧିବେ ଓ ସାମାଜିତ ଦୂରତା ବଜାୟ ରଖିବେ ତାହା ସୁନିଶ୍ଚିତ କରାଯାଉ । ଆଉ ଯେଉଁମାନେ ନିର୍ଦ୍ଦେଶାବଳୀ ଅନୁସରଣ କରୁନାହାଁନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିସିଏ ମଧ୍ୟ କହିଛନ୍ତି । ମଙ୍ଗଳବାର ଜାରି କରାଯାଇଥିବା ଏକ ସର୍କୁଲାରରେ  କହିଛନ୍ତି ଯେ କିଛି ବିମାନବନ୍ଦରରେ ଦେଖିବାକୁ ମିଳିଛି କୋଭିଡ -୧୯ ପ୍ରୋଟୋକଲ ପାଳନ କରିବାରେ ସେମାନଙ୍କ ପ୍ରଦର୍ଶନ ସନ୍ତୋଷଜନକ ନୁହେଁ ।

ଏଣୁ ସମସ୍ତ ବିମାନବନ୍ଦରର ଅପରେଟରମାନଙ୍କୁ ଅନୁରୋଧ କରାଯାଇଛି ଯେ, ସମସ୍ତେ ନାକ ଏବଂ ପାଟିକୁ ଆଚ୍ଛାଦନ କରୁଥିବା ମାସ୍କ ପିନ୍ଧିବା ନେଇ ସୁନିଶ୍ଚିତ କରନ୍ତୁ । ଏଥିସହ କୋଭିଡ -୧୯ ପ୍ରୋଟୋକଲ ଅନୁଯାୟୀ ସାମାଜିକ ଦୂରତାର ମାନଦଣ୍ଡ ପ୍ରସ୍ତୁତ କରନ୍ତୁ । ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦଣ୍ଡବିଧାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି