Before Header

ଚୋରି କରି ଛେଚା ଖାଇଲେ ଯୁବକ

0 38

ଜଗତସିଂହପୁର(ବଡ଼ ଖବର ବୁରୋ): ସଦରଥାନା ଅନ୍ତର୍ଗତ ମଧୁସୂଦନପୁର ଗାଁର ଦୁଇଜଣ ଚୋରକୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ । ଗାଁ ଠାରୁ ସହର ପର୍ୟ୍ୟନ୍ତ ଧଳାଜହର କାରବାର ବ୍ୟାପିବାରେ ଲାଗିଛି । ସ୍କୁଲ କଲେଜର ପିଲାମାନେ ନିଶାଗ୍ରସ୍ତ ହୋଇପଡୁଛନ୍ତି । ମଧୁସୂଦନପୁର ଗାଁରେ ଟ୍ରାକ୍ଟରରୁ ବ୍ୟାଟେରୀ ଚୋରି କରୁଥିବା ଦୁଇଜଣ ଯୁବକଙ୍କୁ ଗ୍ରାମବାସୀ ଧରି ଗଛରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ସେମାନଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା । ଯୁବକ ଦୁଇଜଣ ସ୍ଥାନୀୟ ତରତଙ୍ଗ ଗ୍ରାମର ଅଲେଖ ଭୋଇ ଓ ବୁବୁ ଭୋଇ । ପୋଲିସ ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ।

Leave A Reply

Your email address will not be published.