Masthead

ରାଜନୀତି ଛାଡ଼ି ଅପରାଧ ପାଇଁ ଚର୍ଚ୍ଚାରେ ଏବେ ଅଜୟ ମିଶ୍ର

ଲଖିମପୁର(ବଡ଼ ଖବର ବ୍ୟୁରୋ): ଲଖିମପୁର ଖେରି ମାମଲା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଲଖିମପୁର ଖେରିରେ କେନ୍ଦ୍ର ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ କାରରେ ଚାଷୀଙ୍କୁ ଚାପି ଦିଆଯିବା ପରେ ଏହି ଘଟଣା ବର୍ତ୍ତମାନ ରାଜନୈତିକ ପ୍ରସଙ୍ଗ ପାଲଟିଛି । ଏନେଇ ବିରୋଧ ଦଳ ଗତକାଲି ମହାରାଷ୍ଟ୍ରକୁ ବନ୍ଦ ରଖିଥିଲେ । କେବଳ ଏତିକି ନୁହେଁ ବରଂ ଏନେଇ ବିରୋଧୀଦଳଙ୍କ ଦ୍ୱାରା ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଉଛି । ବାରମ୍ବାର କୃଷକମାନେ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରିଆସୁଛନ୍ତି । ଏଭଳି ପରିସ୍ଥିତିରେ ଜନସାଧାରଣଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଧାରଣାକୁ ଦୃଷ୍ଟିରେ ରଖି ଦଳ ଖୁବଶୀଘ୍ର ମିଶ୍ରଙ୍କ ଉପରେ ନିଷ୍ପତ୍ତି ନେବେ ବୋଲି ଅନୁମାନ କରାଯାଉଛି ।

ଅନ୍ୟପଟେ ଯଦି ମନ୍ତ୍ରୀଙ୍କ ପୁଅ ଆଶିଷ ଯେଉଁ ଏସୟୁଭି ଚାଷୀଙ୍କୁ ଚୂର୍ଣ୍ଣ କରୁଥିଲେ, ସେ ଗାଡ଼ି ଚଳାଉ ନାହାଁନ୍ତି, ତା’ହେଲେ ତାଙ୍କ ବିରୋଧରେ କୌଣସି ଗୁରୁତର ଅପରାଧିକ ମାମଲା ରୁଜୁ ହେବ ନାହିଁ ବୋଲି ପୁଲିସ ଅଧିକାରୀମାନେ ପୂର୍ବରୁ ମତ ରଖିଥିଲେ । ହେଲେ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ପ୍ରମାଣ ସାମ୍ନାକୁ ଆସିବା ପରେ ପରିସ୍ଥିତି ବଦଳିବାରେ ଲାଗିଛି । ତେବେ ବର୍ତ୍ତମାନ ଦେଖିବାର ବିଷୟ ଆଶିଷ ମିଶ୍ରଙ୍କ ବିରୋଧରେ କଣ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ