Masthead

ଅଜିତ ପାୱାର ଓ ୮ ବିଧାୟକଙ୍କ ନାଁରେ ଅଯୋଗ୍ୟତା ଆବେଦନ ଦାଖଲ କଲା ‘ଏନସିପି’

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):   ଏକନାଥ ସିନ୍ଦେଙ୍କ ସରକାରରେ ରବିବାର ଯୋଗ ଦେଇଛନ୍ତି ଏନସିପି ନେତା ଅଜିତ ପାୱାର । ତାଙ୍କ ସହିତ ଆଉ ୮ ବିଧାୟକ ମଧ୍ୟ ସିନ୍ଦେଙ୍କ ଗୋଷ୍ଠୀରେ ଯୋଗ ଦେଇଛନ୍ତି । ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି । ଏହାକୁ ନେଇ ଏନସିପି ସେମାନଙ୍କ ନାଁରେ ବିଧାନସଭା ବାଚସ୍ପତି ରାହୁଲ୍ ନାର୍‌ୱେକର୍‌ଙ୍କ ନିକଟରେ ଅଯୋଗ୍ୟତା ଆବେଦନ ଦାଖଲ କରିଛି। ଏହାଛଡ଼ା, ସମସ୍ତ ଜିଲ୍ଲାର ଦଳୀୟ କର୍ମୀମାନେ ‘ଏନସିପି’ ମୁଖ୍ୟ ଶରଦ ପାୱାରଙ୍କୁ ଦୃଢ଼ ସମର୍ଥନ କରୁଛନ୍ତି । ଯାହାକୁ ନେଇ ଦଳ ନିର୍ବାଚନ କମିସନକୁ ଜଣାଇଛନ୍ତି ।

ରବିବାର ଦିନ ମହାରାଷ୍ଟ୍ର ‘ଏନସିପି’ ସଭାପତି ଜୟନ୍ତ ପାଟିଲ୍ କହିଛନ୍ତି, ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଅଜିତ ପାୱାର୍ ଓ ଆଉ ୮ଜଣ ବିଧାୟକଙ୍କ ନାଁରେ ଦଳ ଅଯୋଗ୍ୟତା ଆବେଦନ ଦାଖଲ କରିଛି।  ଶରଦ ପାୱାରଙ୍କ ନିର୍ଦେଶାନୁଯାୟୀ ଅଜିତଙ୍କ ସମେତ ‘ଏନସିପି’ର ୯ଜଣ ବିଦ୍ରୋହୀଙ୍କ ନାଁରେ ଅଯୋଗ୍ୟତା ଆବେଦନ ଦାଖଲ କରାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ୯ଜଣ ବିଧାୟକଙ୍କୁ ନେଇ ଦଳ ହୋଇପାରିବ ନାହିଁ।  ସେପଟେ ମହାରାଷ୍ଟ୍ର ରାଜନୀତିରେ ଏଭଳି ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି ଏନସିପିର କାର୍ୟ୍ୟକାରୀ ଅଧ୍ୟକ୍ଷ ସୁପ୍ରିୟା ସୁଲେ  । ସେ ଆହୁରି ମଧ୍ୟ କହିଛନ୍ତି ଅଜିତ୍ ପାୱାରଙ୍କ ପ୍ରତି ସର୍ବଦା ତାଙ୍କ ଭଲପାଇବା ରହିଛି । ତାଙ୍କ ସହ କୌଣସି ମତଭେଦ ନାହିଁ । ଯଦି ଅଜିତ ପାୱାର ଫେରନ୍ତି, ବହୁତ ଖୁସି ହେବେ ବୋଲି ସୁପ୍ରିୟା କହିଛନ୍ତି । ଅଜିତ ପାୱାର ଏବେବି ତାଙ୍କ ଭାଇ ହୋଇ ରହିଛନ୍ତି । ଆଗକୁ ମଧ୍ୟ ଉଭୟଙ୍କ ସର୍ମ୍ପକ ଭଲ ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି