‘ଇଣ୍ଡିଆ’ ନାମକୁ ନେଇ ଖୁସି ନଥିଲେ ନୀତୀଶ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ):  ୨୦୨୪ ଲୋକସଭା ନିର୍ବାଚନରେ ୨୬ ବିରୋଧୀ ଦଳ ଗୋଟିଏ ମେଣ୍ଟରେ ଲଢ଼ିବେ। ଏହି ବିରୋଧୀ ମେଣ୍ଟର ନାଁ ରଖାଯାଇଛି ‘ଇଣ୍ଡିଆ’- ‘ଇଣ୍ଡିଆନ ନେସ୍‌ନାଲ ଡେଭ‌ଲପମେଣ୍ଟାଲ ଇନକ୍ଲୁଜିଭ ଆଲିଆନ୍ସ’ । ତେବେ ଏହି ନାମକୁ ନେଇ ଖୁସି ନଥିଲେ ନୀତୀଶ । ସୂଚନାରୁ ପ୍ରକାଶ ଯେ ବେଙ୍ଗାଲୁରୁରେ ଅନୁଷ୍ଠିତ ଦ୍ୱିତୀୟ ବିରୋଧୀ ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ସମେତ ୨୬ ଟି ବିରୋଧୀ ଦଳ ଯୋଗ ଦେଇଥିବା ବେଳେ ମିଳିତ ମଞ୍ଚର ନାମ ଇଣ୍ଡିଆ ଦେବାକୁ ପରାମର୍ଶ ଦିଆଯାଇଥିଲ ।

ସୂଚନାନୁସାରେ, ନୀତୀଶ କୁମାର ଇଣ୍ଡିଆ ନାମ ନେଇ ଆପତ୍ତି କରିଥିଲେ କାରଣ ଏଥିରେ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) ନାମରେ ମଧ୍ୟ ଶବ୍ଦ ରହିଛି। ତେବେ ଯେତେବେଳେ ସମସ୍ତ ଦଳ ଏହି ନାମ ନେଇ ସହମତି ଜଣାଇଥିଲେ ତାଙ୍କ ପାଖରେ କୌଣସି ବିକଳ୍ପ ନଥିଲା। ନୀତୀଶ କହିଥିଲେ ଯଦି କାହାର କିଛି ଅସୁବିଧା ନାହିଁ ତେବେ ଏହା ଠିକ ଅଛି, ଏହାକୁ ରଖ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ