Masthead

ଶେଷ ନିଶ୍ୱାସ ଥିବା ଯାଏଁ ବିଏସପି ପାଇଁ  ଲଢିବି: ଆକାଶ ଆନନ୍ଦ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶେଷ ନିଶ୍ୱାସ ଥିବା ଯାଏଁ ବିଏସପି ପାଇଁ  ଲଢିବି । ଆପଣ ବହୁଜନ ସମାଜ ପାଇଁ ଏକ ଆଦର୍ଶ। କୋଟି କୋଟି ଦେଶବାସୀ ଆପଣଙ୍କୁ ପୂଜନ୍ତି ବୋଲି ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ମାୟାବତୀଙ୍କ ପୁତୁରା ଏକ୍ସରେ ଟ୍ୱିଟ କରିଛନ୍ତି ।  ଲୋକ ସଭା ନିର୍ବାଚନ ମଧ୍ୟରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ମାୟାବତୀ ନିଜର ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ସମସ୍ତ ପଦବୀରୁ ହଟାଇ ଦେଇଛନ୍ତି। ଏପରିକି ତାଙ୍କୁ ଉତ୍ତରାଧିକାରୀ କରିବା ନିଷ୍ପତ୍ତି ମଧ୍ୟ ପ୍ରତ୍ୟାହାର କରିନେଇଛନ୍ତି।

ଏହାକୁ ନେଇ ରାଜନୀତି ସରଗରମ ରହିଛି।  ଯାହାକୁ ନେଇ ଆକାଶ ଆନନ୍ଦ ଟୁଇଟ୍‌ କରିଛନ୍ତି । ସେ  ଲେଖିଛନ୍ତି  ସମ୍ମାନୀତ ମାୟାବତୀ ଜି, ଆପଣ ବହୁଜନ ସମାଜ ପାଇଁ ଏକ ଆଦର୍ଶ। କୋଟି କୋଟି ଦେଶବାସୀ ଆପଣଙ୍କୁ ପୂଜନ୍ତି। ଆପଣଙ୍କ ସଂଘର୍ଷ ପାଇଁ ଆଜି ଆମ ସମାଜକୁ ଏଭଳି ଏକ ରାଜନୈତିକ ଶକ୍ତି ମିଳିଛି, ଯେଉଁ କାରଣରୁ ବହୁଜନ ସମ୍ପ୍ରଦାୟ ସମ୍ମାନ ସହ ବଞ୍ଚିବା ଶିଖିଛି। ଆପଣ ଆମର ସର୍ବମାନ୍ୟ ନେତା। ଆପଣଙ୍କ ଆଦେଶ ଶିରୋଧାର୍ୟ୍ୟ। ଭୀମ ମିଶନ ଏବଂ ମୋ’ ସମାଜ ପାଇଁ ଶେଷ ନିଶ୍ୱାସ ଯାଏ ମୁଁ ଲଢ଼ିବା ଜାରି ରଖିବି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ