Masthead

କଂଗ୍ରେସ ଭଳି ବିଜେପି ମଧ୍ୟ ଶେଷ ହେବ: ଅଖିଳେଶ ଯାଦବ

କୋଲକାତା (ବଡ଼ ଖବର ବ୍ୟୁରୋ): କଂଗ୍ରେସ , ବିଜେପିକୁ ଟାର୍ଗେଟ କରିଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । କୋଲକାତାରେ ଏକ ଗଣମାଧ୍ୟମ ସମ୍ମିଳନୀକୁ ସମ୍ବୋଧିତ କରି ଅଖିଳେଶ କହିଛନ୍ତି ଯେ ବିରୋଧୀ ଦଳ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ଯୋଗୁ ବିଜେପି ଆଗାମୀ ଦିନରେ କଂଗ୍ରେସ ପରି ରାଜନୈତିକ ସ୍ତରରେ ସମାପ୍ତ ହେବ। ଜାତି ଜନଗଣନା ଉପରେ ଗୁରୁତ୍ୱ ଦେଇ ଅଖିଳେଶ କହିଛନ୍ତି ଯେ ଏହା ୨୦୨୪ ଲୋକସଭା ନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ ହେବ।

ପୂର୍ବରୁ କଂଗ୍ରେସ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରୁଥିଲା ଏବଂ ବର୍ତ୍ତମାନ ବିଜେପି ମଧ୍ୟ ତାହା କରୁଛି। କଂଗ୍ରେସ ବର୍ତ୍ତମାନ ଶେଷ ହୋଇଛି। ଭାଜପାର ମଧ୍ୟ ସମାନ ସ୍ଥିତି ହେବାକୁ ଯାଉଛି। ୟୁପିଏ-୨ ଶାସନ ସମୟରେ ଜାତି ଭିତ୍ତିକ ଜନଗଣନା କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଥିବାବେଳେ ଦଳ ନିଜ ଲକ୍ଷ୍ୟରୁ ଦୂରେଇ ଯାଇଥିଲା। ଅଖିଳେଶ କହିଛନ୍ତି, ’ଆମେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଜାତିଗତ ଜନଗଣନା କରନ୍ତୁ ବୋଲି ଚାହୁଁଛୁ। ଅନେକ ନେତା ଏହା ଦାବି କରୁଛନ୍ତି। କିନ୍ତୁ କଂଗ୍ରେସ ପରି ଭାଜପା ମଧ୍ୟ ଏହା କରିବାକୁ ଆଗ୍ରହୀ ନୁହଁନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି