Before Header

ସମସ୍ତ ୨୧ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି

0 1,754

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ଓଡ଼ିଶା ଲୋକସଭା ନିର୍ବାଚନ ପାଇଁ ସମସ୍ତ ୨୧ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପୂର୍ବରୁ ୧୮ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଥିବା ବେଳେ ଆଜି ବାକିଥିବା ଆଉ ୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଦଳ କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିଛି ।

ଶ୍ରୀ ମହତାବ ଗୁରୁବାର ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ବିଜେପି ପକ୍ଷରୁ ଜାରି ଅଷ୍ଟମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର ବାକି ଥିବା ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । କନ୍ଧମାଳ ଲୋକସଭା ଆସନ ପାଇଁ ସୁକାନ୍ତ କୁମାର ପାଣିଗ୍ରାହୀ ଓ ଯାଜପୁର ସଂରକ୍ଷିତ ଆସନରୁ ଡାକ୍ତର ରବୀନ୍ଦ୍ର ନାରାୟଣ ବେହେରା ବିଜେପିର ଲୋକସଭା ପ୍ରାର୍ଥୀ ହେବେ । ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ଅନୁମୋଦନ ପରେ ଏହି ପ୍ରାର୍ଥୀ ଘୋଷଣା ହୋଇଛି ।

 

Leave A Reply

Your email address will not be published.