Masthead

ବିଜେପି-ବିଜେଡିକୁ ଧନବର୍ଷା, କିଏ ପାଇଛି କେତେ ଡୋନେସନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  କେଉଁ ଦଳ ପାଇଛି କେତେ ଡୋନେସନ । ଗତ ୬ବର୍ଷ ମଧ୍ୟରେ ଦେଶର ୩୧ଟି ରାଜନୈତିକ ଦଳ ୧୬,୪୩୭.୬୩୫ କୋଟି ଟଙ୍କା ଡୋନେସନ ଆକାରରେ ଗ୍ରହଣ କରିଛନ୍ତି । ୭ଟି ଜାତୀୟ ଦଳ ୧୩,୧୯୦.୬୮୫ କୋଟି ଡୋନେସନ ପାଇଥିବା ବେଳେ ୨୪ଟି ଆଂଚଳିକ ଦଳ ୩,୨୪୬.୯୫୦ କୋଟି ଟଙ୍କା ଡୋନେସନ ପାଇଛି । ଆଂଚଳିକ ଦଳ ଭାବେ ବିଜେଡି ସବୁଠାରୁ ଅଧିକ ଡୋନେସନ ପାଇଛି ।

ବିଜେଡି ୨୦୧୭ରୁ ୨୦୨୨ ଆର୍ଥିକ ବର୍ଷ ମଧ୍ୟରେ ୬୨୨କୋଟି ଟଙ୍କା ଡୋନେସନ ପାଇଛି । ଏଡିଆର ରିପୋର୍ଟ ଅନୁସାରେ ୭ ଜାତୀୟ ଦଳ ଓ ୨୪ ଆଂଚଳିକ ଦଳ ୬ ବର୍ଷ ମଧ୍ୟରେ ୧୬, ୪୩୭. ୬୩୫ କୋଟି ଟଙ୍କା ଡୋନେସନ ଆକାରରେ ପାଇଛନ୍ତି । ବିଜେଡି ୮୯.୮୧ ପ୍ରତିଶତ ଟଙ୍କା ଡୋନେସନ ଆକାରରେ ପାଇଛି । ଜାତୀୟ ଦଳ ମଧ୍ୟରୁ ବିଜେପି ୧୦୧୨୨.୦୩୧ କୋଟି ଟଙ୍କା ପାଇଛି । ସମସ୍ତ ଜାତୀୟ ଦଳ ତୁଳନାରେ ବିଜେପିର ଡୋନେସନ ହାର ମଧ୍ୟ ଅଧିକ । ଇଲେକ୍ଟୋରାଲ ବଣ୍ଡରୁ ବିଜେପି ୫୨୭୧.୯୭୫୧ କୋଟି ପାଇଥିବା ବେଳେ କର୍ପୋରେଟ ସେକ୍ଟରରୁ ପାଇଛି ୩୨୯୯.୮୫୦୦ କୋଟି । ଅନ୍ୟାନ୍ୟ ଉସôରୁ ୧୫୫୦.୨୦୫୯ କୋଟି ପାଇଛି । ବିଜେପି ତଳକୁ ରହିଛି କଂଗ୍ରେସ । କଂଗ୍ରେସ ୧୫୪୭.୪୩୯ କୋଟି ଟଙ୍କା ପାଇଛି ।

ଆଂଚଳିକ ମଧ୍ୟରେ ବିଜେଡି ୬୯୨ କୋଟି ଡୋନେସନ ପାଇଛି । ଇଲେକ୍ଟୋରାଲ ବଣ୍ଡରୁ ୬୨୨ କୋଟି ଟଙ୍କା ପାଇଥିବା ବେଳେ କର୍ପୋରେଟ ସେକ୍ଟରରୁ ୬୭.୨୮୬କୋଟି ଟଙ୍କା ପାଇଛି । ଅନ୍ୟାନ୍ୟ ସୂତ୍ରରୁ ବିଜେଡି ପାଇଛି ୩.୩୨ କୋଟି । ବିଜେଡି ତଳକୁ ରହିଛି ଟିଆରଏସ । ଏହି ଦଳ ଗତ ୬ ବର୍ଷ ମଧ୍ୟରେ ୧୭୬. ୮୯୩ କୋଟି ଟଙ୍କା ଡୋନେସନ ପାଇଛି । ଇଲେକ୍ଟୋରାଲ ବଣ୍ଡରୁ ୩୮୩.୬୫୨୯, କର୍ପୋରେଟ ସେକ୍ଟରରୁ ୭୭.୨୮୭୦ ଓ ଅନ୍ୟାନ୍ୟ ସୂତ୍ରରୁ ୧୫.୯୫ କୋଟି ଟଙ୍କା ପାଇଛି । ଆଂଚଳିକ ଦଳ ମଧ୍ୟରେ ତୃତୀୟରେ ରହିଛି ଡିଏମକେ ଏହି ଦଳ ୨୦୧୭-୨୨ ଆର୍ଥିକ ବର୍ଷ ମଧ୍ୟରେ ଡୋନେସନ ଆକାରରେ ପାଇଛି ୪୭୫.୭୩୦ କୋଟି ଟଙ୍କା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି