Before Header

ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର

0 595

ବିହାର (ବଡ଼ ଖବର ବ୍ୟୁରୋ): ବିହାର ରାଜନୀତିରେ ହଟଚମଟ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର । ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଲେ ନୀତୀଶ । ଜେଡିୟୁ ବିଧାୟକ ଦଳ ବୈଠକରେ ନିଆଗଲା ବଡ଼ ନିଷ୍ପତି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ବିଧାୟକ ମାନଙ୍କୁ ସୂଚନା ଦେଇଛନ୍ତି ନୀତୀଶ କୁମାର । ସେ ରାଜଭବନରେ ପହଁଚି ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ରାଜଭବନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅପରାହ୍ନରେ ନୂଆ ସରକାର ନେଇପାରେ ଶପଥ । ବିଜେପି ପକ୍ଷରୁ ମଧ୍ୟ ବିଧାୟକ ଦଳ ବୈଠକ ଆରମ୍ଭ ହୋଇଛି । ବିଜେପି ସହ ମିଶି ଦିନ ୪ଟାରେ ନୀତୀଶ କୁମାର ଶପଥ ନେବେ ବୋଲି କୁହାଯାଉଛି ।

Leave A Reply

Your email address will not be published.