ଭାରତର ପୁରୁଷ ନଦୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତରେ ନଦୀକୁ ମା’ କୁହାଯାଏ ହେଲେ ଭାରତରେ ଏମିତି ନଦୀ ଅଛି ଯାହାକୁ କୁହାଯାଏ ପୁରୁଷ ନଦୀ । ପୁରୁଷ ନଦୀ । କଥା ଟା ଶୁଣିଲେ କୌତୁହଳ ଲାଗିବା ସ୍ୱାଭାବିକ । କାରଣ ସାଧରଣତଃ ଭାରତୀୟ ସଂସ୍କୃତିରେ ନଦୀକୁ ସ୍ତ୍ରୀର ଆଖ୍ୟା ଦିଆଯାଇଛି । କିନ୍ତୁ ଭାରତରେ ଏଭଳି ଏକ ନଦୀ ରହିଛି ଯାହାକୁ ପୁରୁଷ ନଦୀ ଭାବେ ବିବେଚନା କରାଯାଏ । ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ ବ୍ରହ୍ମପୁତ୍ର ନଦୀକୁ କୌଣସି ଦେବୀ ରୂପେ ନୁହେଁ ବରଂ ଦେବତା ଭାବେ ବର୍ଣ୍ଣିତ ହୋଇଛନ୍ତି, ଯେଉଁଥିପାଇଁ ବ୍ରହ୍ମପୁତ୍ରକୁ ପୁରୁଷ ନଦୀର ଆଖ୍ୟା ଦିଆଯାଇଛି । ପୁରାଣ କୁହେ, ଏହି ନଦୀର ଜନ୍ମ ବ୍ରହ୍ମାଙ୍କ ବରଦାନରୁ ହୋଇଛି । ବୌଦ୍ଧ ଓ ଜୈନ ଧର୍ମରେ ମଧ୍ୟ ଏହି ନଦୀକୁ ପୂଜା କରାଯାଇଥାଏ । ବ୍ରହ୍ମପୁତ୍ର ନଦୀର ଉତ୍ପତ୍ତି ଉତ୍ତର ହିମାଳୟର ତିବ୍ବତ ଅନ୍ତର୍ଗତ ପୁରଙ୍ଗ ଜିଲ୍ଲାର ମାନସରୋବର ନିକଟରୁ ହୋଇଛି । ଭାରତରେ ଆସାମ, ହିମାଚଳ ପ୍ରଦେଶ, ଅରୁଣାଚଳ ପ୍ରଦେଶ ସହ ଦେଶ ବାହାରେ ବାଂଲାଦେଶକୁ ମଧ୍ୟ ଛୁଇଁଛି । ଭାରତର ଦ୍ୱିତୀୟ ବୃହତ ନଦୀ ହେଉଛି ବ୍ରହ୍ମପୁତ୍ର । ଯାହାର ଲମ୍ବା ପାଖାପାଖି ୨୭୦୦ କିମି ରହିଛି । ସନାତନ ଧର୍ମର ମାନ୍ୟତା ଅନୁସାରେ ଏହି ନଦୀରେ ସ୍ନାନ କରିବା ପରେ ପାଖରେ ଥିବା ବ୍ରହ୍ମାଙ୍କ ମନ୍ଦିର ଦର୍ଶନ କଲେ ବ୍ରହ୍ମ ଦୋଷ ଓ ଶାରୀରିକ ରୋଗରୁ ମୁକ୍ତି ମିଳିଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ