Masthead

ସବୁ ରାଜ୍ୟ ସଫଳ, ଓଡ଼ିଶାରେ ବ୍ୟତିକ୍ରମ: ମୋହନ ମାଝି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିରୋଧୀ ଦଳ ପକ୍ଷରୁ ଆସିଥିବା ମୁଲତବୀ ପ୍ରସ୍ତାବରେ ଭାଗନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ସବୁ ରାଜ୍ୟରେ ସଫଳ ହେଉଥିବା ବେଳେ ଓଡ଼ିଶାରେ ତାହାର ବ୍ୟତିକ୍ରମ ହୋଇଛି । ଓଡ଼ିଶାରେ ଦୁର୍ନୀତି ଗସ୍ତ ନେତା ଓ ଅଫିସର ପ୍ରକୃତ ହିତାଧିକାରୀଙ୍କୁ ଘର ଦେଲେ ନାହିଁ । ୨୦୨୨ମସିହାରେ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଗାଇଦେବାକୁ ଲକ୍ଷ ରଖିଥିଲେ କେନ୍ଦ୍ର ସରକାର । କିନ୍ତୁ ଓଡ଼ିଶାରେ ଏହା ବିଜେଡି ରାଜ୍ୟ ସରକାର ପାଇଁ ହୋଇପାରିଲା ନାହିଁ। ଯାହା ପାଇଁ ୨୦୨୪କୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।

୧ଲକ୍ଷ ୨୨ହଜାର ଆବାସ ଅଧିକ ଯୋଗାଉଛନ୍ତି । ଚଳିତ ବର୍ଷ ୯ଲକ୍ଷ ୬୦ହଜାର ୫୧୩ଘର ରାଜ୍ୟକୁ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ଆବାସ ନାରେ ଆସିଥିବା ଘରକୁ ବିଜୁ ପକ୍କାଘର ନା ରେ ବାଣ୍ଟୁଛନ୍ତି ରାଜ୍ୟ ସରକାର । ଫେକ୍ ତାଲିକା ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି । ଦଳୀୟ ଭିତ୍ତିରେ ଆବାସ ଯୋଗାଇ ଦେଉଛନ୍ତି । ଯୋଗ୍ୟ ହିତାଧିକାରୀ ଙ୍କୁ ବାଦ୍ ଦେଉଛନ୍ତି ସରକାର । ଫନୀ ସମୟରେ ଘର ଭଙ୍ଗା ମରାମତି ନିମନ୍ତେ କେନ୍ଦ୍ର ସରକାର ଅର୍ଥ ଦେଲେ କିନ୍ତୁ ଆଜି ବି ଫନି ହିତାଧିକାରୀ ଯୋଗ୍ୟ ତାଲିକାରୁ ବାଦ୍ ପଡିଛନ୍ତି। ରେଭିନ୍ୟୁ ତାଲିକାରେ ନାଁ ଅଛି କିନ୍ତୁ ଫନୀ ତାଲିକାରୁ ଗଲେ କୁଆଡେ । ଆରଟିଆଇ ତଥ୍ୟ ଦେଖାଇ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ ।

ଆବାସ ତାଲିକାର ବାଦ୍ ଲିଷ୍ଟରେ ନାମ ଥିବା ବେଳେ ସେହି ବ୍ୟକ୍ତିର ନା କିପରି ଯୋଗ୍ୟ ତାଲିକାରେ ପ୍ରକାଶ ପାଇଲା ବୋଲି ପ୍ରଶ୍ନ କରିଛନ୍ତି । ମନଇଚ୍ଛା ତାଲିକା ପ୍ରସ୍ତୁତ କରୁଛି ରାଜ୍ୟ ସରକାର । ୫୦ହଜାର ଲୋକଙ୍କ ଅଭିଯୋଗକୁ ଆଜିବି ବିଚାରକୁ ନିଆଯାଇ ନାହିଁ । ୫ବର୍ଷ ଭିତରେ ବିଜୁ ପକଘର ର ବଜେଟ ଥିଲା ତା ହିସାବ ମାଗିଛି ବିଜେପି । ଆବାସ ଯୋଜନା ଦୁର୍ନୀତି ତଦନ୍ତ ପାଇଁ ଗୟାପ୍ରସାଦ କମିଟି ଓଡ଼ିଶା ଆସି ତଦନ୍ତ କରି ୧୦୦୦କୋଟି ଟଙ୍କାର ଗନ୍ଧ ବାରିଥିଲା। ଏ ସଂପର୍କରେ କ’ଣ କାର୍ୟ୍ୟାନୁଷ୍ଠାନ ନେଇଛି ଗୃହକୁ ଜଣାଇବାକୁ ଦାବି କରିଛି ବିଜେପି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ