Masthead

ଚାଷୀ ଆତ୍ମହତ୍ୟାକୁ ପ୍ରୋତ୍ସାହନ ଦେଉଛନ୍ତି ସରକାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମଣ୍ଡି ଅବ୍ୟବସ୍ଥା, ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ନେଇ ଚାଲିପାରିଲାନି ପ୍ରଶ୍ନକାଳ । ଗୃହ ଆରମ୍ଭରୁ କଂଗ୍ରେସ ଓ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିଲେ । ଫଳରେ ଦିନ ୧୧.୩୦ ଯାଏଁ ଗୃହ ମୂଳତବୀ ଘୋଷଣା କରିଥିଲେ ବାଚସ୍ପତି । ମଣ୍ଡିରେ ଧାନ ବିକ୍ରି ନକରିପାରି ଆଖି ବୁଜିଛନ୍ତି ଚାଷୀ । ମୃତ ଚାଷୀ ଧରଣୀ ବେହେରାଙ୍କ ଘର ବୌଦ୍ଧ ବ୍ଲକ ବାଉଁସୁଣୀ ପଞ୍ଚାୟତ ଜମଘଟି ଗାଁରେ । ଜାନୁଆରୀ ୨୫ରେ ଧାନ ନେବା ପାଇଁ ତାଙ୍କୁ ଟୋକନ ମିଳିଥିଲା ।

ଗତ ବୁଧବାର ମଣ୍ଡିକୁ ସେ ଧାନ ଧରି ଆସିଲେ । କିନ୍ତୁ ଗୁରବାର ମିଲର ତାଙ୍କ ଧାନ ନେଲେ ନାହିଁ । ଧରଣୀଙ୍କର ବିଭିନ୍ନ ଋଣ ଥିଲା । ଧାନ ବିକ୍ରି ନ ହେବାରୁ ଟୋକନ ଲାପ୍ସ ହୋଇଗଲା । ଚିନ୍ତାରେ ତାଙ୍କର ମୃତ୍ୟୁ ହେଲା । ଏଭଳି ଟୋକନ ବହୁତ ଲୋକଙ୍କର ଲାପ୍ସ ହେଉଛି । ଟୋକନ ବ୍ୟବସ୍ଥା କରି ଓଡ଼ିଶାରେ ଚାଷୀ ଆତ୍ମହତ୍ୟାକୁ ପ୍ରୋତ୍ସାହନ ଦେଉଛନ୍ତି ସରକାର । ପ୍ରଶ୍ନକାଳକୁ ବନ୍ଦ କରି ଚାଷୀ ପ୍ରସଙ୍ଗରେ ଆଲୋଚନା କରିବାକୁ ବିଧାୟକ ନାଉରୀ ନାୟକ ଦାବି କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ