Masthead

ପୋଲିସକୁ ବିଧାୟକଙ୍କ ତାଗିଦ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଥାନାରେ ସାଧାରଣ ଲୋକଟିଏ ଅଭିଯୋଗ ଦେବାକୁ ଗଲେ ଭୟ କରୁଛି । ଗୋଟେ ପଟେ ଯେଉଁଠି ପୋଲିସ ଜଣେ ଅଭିଯୋଗକାରୀର ଅଭିଯୋଗକୁ ସସମ୍ମାନ ସହିତ ରଖିବା ସହିତ ପ୍ରକୃତ ତଦନ୍ତ କରି ନ୍ୟାୟ ଦେବା କଥା । ସେଠି ସାଧାରଣ ଜନତାଙ୍କ ଉପରେ ଚଳାଇଛନ୍ତି ବ୍ରିଟିଶ ଶାସନ । ଅନ୍ୟପଟେ ଭୁଲିଯାଉଛନ୍ତି ନିଜର ମାନବିକତା ଓ ବ୍ୟବହାର । ଯାହାକୁ ନେଇ ସାଧାରଣ ଲୋକଙ୍କ ମନରେ ଏକପ୍ରକାର ଭୟ ସୃଷ୍ଟି ହେଉଛି।

ଲୋକଙ୍କୁ ଭଲ ବ୍ୟବହାର ଦେଖାଅ, ତାଙ୍କ ଅଭିଯୋଗକୁ ଗୁରୁତର ସହ ନେବାକୁ ନିଦେ୍ର୍ଦଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ପରେ ବି କହିବା ପରେ ବି ସୁଧୁରୁନି ପୋଲିସ । ଥାନାକୁ ଅଭିଯୋଗ କରିବାକୁ ଆସିଲେ ପୋଲିସ ଦେଖାଉଛି ଭୟ । ଏଭଳି ଏକ ଅଭିଯୋଗ ଆସିଛି ଜଗତସିଂହପୁରରୁ । ଏପରି ଅଭିଯୋଗ ପାଇବା ପରେ ବିଧାୟକ ଅମରେନ୍ଦ୍ର ଦାସ ଥାନାକୁ ଆସିଛନ୍ତି । ଆଉ ସାଙ୍ଗରେ କାଗଜ କଲମ ଆଣି ଦେଇଛନ୍ତି।

ଲୋକଙ୍କୁ ବସିବା ପାଇଁ ଜାଗା ଦେବାକୁ କହିଛନ୍ତି ବିଧାୟକ । ନଚେତ ଥାନା ପରିସରରେ କେଉଁଠି ଜାଗା ଅଛି ଦେଖାଇଲେ ବିଧାୟକ ଘର କରିଦେବେ ବୋଲି କହିଛନ୍ତି । ବଡକଥା ହେଉଛି ଲୋକଙ୍କ ସରକାରରେ ପୋଲିସର ଏପରି ବ୍ୟବହାର କେଉଁ କାରଣ ପାଇଁ ଦେଖାଉଛି । ରାଜ୍ୟର ମୁଖିଆ ଯେତେବେଳେ ଲୋକଙ୍କ ସମସ୍ୟାକୁ ଗୁରୁତର ସହ ନେଉଛନ୍ତି ସେତେବେଳେ ଜଣେ ସରକାରଙ୍କ କର୍ମଚାରୀ ହୋଇ ମୁଖ୍ୟମନ୍ତ୍ରୀଙ୍କ କଥାକୁ ଗୁରୁତର ସହନନେବା ଆଇନକୁ ଫୁ କରିବା ଭଳି ସଦୃଶ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ