Masthead

ଯୌତୁକ ନିର୍ଯାତନା ଅଭିଯୋଗରେ ନବବିବାହିତା ବଧୂ ଥାନାର ଦ୍ୱାରସ୍ଥ

କେନ୍ଦ୍ରାପଡ଼ା(ବଡ଼ ଖବର ବ୍ୟୁରୋ):  କେନ୍ଦ୍ରାପଡ଼ା ଯୌତୁକ ନିର୍ଯାତନା ଅଭିଯୋଗରେ ନବବିବାହିତା ବଧୂ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଜୟନଗର ପଞ୍ଚାୟତ ରାଉଳିଆ ଗାଁରେ । ରାଜକନିକା ବରୁଣାଡିହା ଗାଁର ବିଷ୍ଣୁ ଚରଣ ଜେନାଙ୍କ ଝିଅ ମଧୁସ୍ମିତା ଜେନା ବୈଦିକ ରୀତି ନୀତିରେ ଚଳିତ ବର୍ଷ ଜୁନ ଆଠ ତାରିଖରେ ଜୟନଗର ରାଉଳିଆ ଗାଁର ଜଗବନ୍ଧୁ ପଲ୍ଲାଇଙ୍କ ପୁଅ ଜୟ ପ୍ରକାଶ ପଲ୍ଲାଇଙ୍କୁ ବିବାହ କରିଥିଲେ । ବିବାହ ବେଳେ ବର ପକ୍ଷର ଦାବି ମୁତାବକ ସମସ୍ତ ଯୌତୁକ ଦେଇଥିଲେ ମଧୁସ୍ମିତା ଙ୍କ ବାପା ।

କିନ୍ତୁ ବିବାହ ର ଦୁଇମାସ ନପୂରୁଣୁ ଅଧିକ ଯୌତୁକ ବାବଦକୁ ଗାଡି ପାଇଁ ଦାବି କରିବା ଓ ବିବାହ ପୂର୍ବରୁ ଅନ୍ୟ ଏକ ଝିଅ ସହିତ ଜୟ ପ୍ରକାଶ ଙ୍କର ଅବୈଧ ସମ୍ପର୍କ ଥିଲା ଯାହା ଆଜି ଯାଏଁ ରହିଛି । ତେଣୁ ବାରମ୍ବାର ମୋ ଝିଅକୁ ସେମାନେ ମାଡ଼ ମାରିବା ସହିତ ଗାଡି ଦାବି କରି ନିର୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ମଧୁସ୍ମିତାଙ୍କ ବାପା । ତେବେ ଏନେଇ ମଧୁସ୍ମିତାଙ୍କୁ ଧରି ଆଜି ବାପ ଓ ମା ରାଜକନିକା ଥାନାର ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା