Masthead

ଆଜି ଓଡ଼ିଶାରେ ହେଭିୱେଟଙ୍କ ପ୍ରଚାର; ଆସୁଛନ୍ତି ଡ୍ରିମଗାର୍ଲ, କରିବେ ରୋଡ୍‌ ସୋ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପାଇଁ ଓଡ଼ିଶା ମୁହାଁ ହେଉଛନ୍ତି ବିଜେପି ପାର୍ଟିର କେନ୍ଦ୍ରୀୟ ନେତୃବୃନ୍ଦ । ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେପିର ୪ଜଣ ହେଭିୱେଟ ନେତା। ଏହି କ୍ରମରେ ଆଜି ଓଡ଼ିଶା ଆସିବେ ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାସଂଦ ହେମା ମାଳିନୀ। ଭୁବନେଶ୍ୱର ଉତ୍ତର ଓ କଟକ କିଶନ ନଗରରେ ହେମା ମାଳିନୀ ସଭା କରିବେ। ପିପିଲିରେ ହେମା ମାଳିନୀ ରୋଡ଼ ଶୋ’ ମଧ୍ୟ କରିବେ।ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ପୂର୍ବାହ୍ନ ୧୧ଟାରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ବାହାରି ଭୁବନେଶ୍ୱର ସାଲିଆ ସାହିରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ। ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟ୍ ଭିକ୍ଷା କରିବେ। ଏକଘଣ୍ଟାପରେ ସେ ହେଲିକପ୍ଟର ଯୋଗେ କଟକ ପହଞ୍ଚିବେ। ମଧ୍ୟାହ୍ନ ୧ଟା ୧୦ରେ କଟକ କିଶୋର ନଗରରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେଠାରେ ପ୍ରଚାର ସାରିବା ପରେ ପିପିଲି ଯିବେ ଡ୍ରିମଗାର୍ଲ। ଅପରାହ୍ନ ୪ଟାରେ ପିପିଲି ରୋଡ୍ ସୋ ରେ ଯୋଗଦେବେ। ଏହାପରେ ସନ୍ଧ୍ୟା ୫ଟାରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିବେ ହେମାମାଳିନୀ।

ସେହିପରି ଆଜି ପୁଣି ଆସିବେ ଅମିତ ଶାହ। ରାଉରକେଲାରେ ସାଧାରଣ ସଭା କରିବେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମଧ୍ୟ ଓଡ଼ିଶା ପ୍ରଚାରରେ ଆସିବେ। ସେ ସାନଖେମୁଣ୍ଡି, ଦଶପଲ୍ଲା, ଜି.ଉଦୟଗିରିରେ ପ୍ରଚାର କରିବେ।ସେହିପରି କଟକ ଜିଲ୍ଲାରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ ଆଠଗଡ଼ ଓ ନରସିଂହପୁରରେ ବି ପ୍ରଚାର କରିବେ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କବିସୂର୍ୟ୍ୟନଗର, କଣ୍ଟାବାଂଜି , ଲୋଇସିଂହା, ସତ୍ୟବାଦୀ ଓ ପିପିଲି ସମାବେଶ କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ