Masthead

ଦିବ୍ୟାଙ୍ଗ ହେଲେ ମଧ୍ୟ ସ୍ୱାବଲମ୍ବୀ

ପୁରୀ (ବଡ ଖବର ବ୍ୟୁରୋ): ନିଜର ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାରମାନିଛି ଶାରୀରିକ ଅକ୍ଷମତା | ଦିବ୍ୟାଙ୍ଗ ହେଲେ ମଧ୍ୟ ପିଲା ମାନଙ୍କୁ ପାଠ ପଢ଼ାଇବା ପାଇଁ ଜାରି ରଖିଛନ୍ତି ଉଦ୍ୟମ | ତାହା ପୁଣି ସ୍ୱଳ୍ପ ମୂଲ୍ୟରେ | ପାଖାପାଖି ୧୨ବର୍ଷ ହେବ ଏପରି ନିଜ ଗ୍ରାମର ଅନେକ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି ବିଜୟ ସ୍ୱାଇଁ | ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଆଳଙ୍ଗପୁର ପଂଚାୟତର ଅଠତିରା ଗ୍ରାମର ଲୋକନାଥ ସ୍ୱାଇଁ ଙ୍କ ପୁଅ ବିଜୟ ସ୍ୱାଇଁ | ବାପା ମା ଗରିବ ହୋଇଥିଲେ ମଧ୍ୟ ନିଜ ଦିବ୍ୟାଙ୍ଗ ପୁଅକୁ କଷ୍ଟକରି ମହାତ୍ମାଗାନ୍ଧୀ କଲେଜ ରେ ବି.ଏ ପର୍ୟ୍ୟନ୍ତ ପଢାଇଲେ |

କିନ୍ତୁ ଅର୍ଥ ଅଭାବ ଥିବାରୁ ଆଉ ଅଧିକ ଶିକ୍ଷା ଗ୍ରହଣ କରିପାରିଲେନି ବିଜୟ | ନିଜ ପରିବାର ପ୍ରତିପୋଷଣ ପାଇଁ ଗ୍ରାମର ପିଲାଙ୍କୁ ନେଇ ଶିକ୍ଷା ଦାନ କଲେ ବିଜୟ | ଦୀର୍ଘ ବାର ବର୍ଷ ହେବ ନିଜ ଗ୍ରାମ ଅଠତିରାରେ ପିଲାଙ୍କୁ ସ୍ୱଳ୍ପ ମୂଲ୍ୟରେ ପାଠ ପଢ଼ାଉଛନ୍ତି | ଯାହାକି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି | ଜନ୍ମରୁ ବିଜୟ ସମ୍ପୂର୍ଣ ଭାବେ ଅକ୍ଷମ | ଆଗକୁ ଚାଲିବା ପାଇଁ ତିନି ଚକିଆ ଗାଡି ଏକ ମାତ୍ର ସାହାରା | ପିଲା ମଧ୍ୟ ବେଶ ଆଗ୍ରହ ସହ ପାଠ ପଢୁଛନ୍ତି ତାଙ୍କ ପାଖରେ । ତାଙ୍କରି ଏହି ନିଆରା ଉଦ୍ୟମକୁ ସ୍ଥାନୀୟ ଅଂଚଳରେ ବେଶ ପ୍ରଶଂସା ମଧ୍ୟ କରାଯାଉଛି | କେବଳ ଏତିକି ନୁହେଁ ବିଜୟ ଅନ୍ୟ ଦିବ୍ୟାଙ୍ଗ ଯୁବକଙ୍କପାଇଁ ପ୍ରେରଣାର ଉତ୍ସହୋଇପାରିବେ ବୋଲି ବୁଦ୍ଧିଜୀବୀ କୁହନ୍ତି |

ତବିଜୟ ନିଜକୁ ଦିବ୍ୟାଙ୍ଗନ ଭାବି ଅନ୍ୟ ଦିବ୍ୟାଙ୍ଗ ମାନେ ମଧ୍ୟ ତାଙ୍କ ଭଳି କାମ କରିବା ଲାଗି ସେ ଆହ୍ୱାନ ଦେଇଛନ୍ତି | ମନରେ ଦୃଢ ଇଚ୍ଛା ଶକ୍ତି ଓ ବଳ ଯୋଗୁଁ ବିଜୟ ସ୍ୱାଇଁ ସ୍ଥାନୀୟ ଅଂଚଳରେ ବେଶ ପରିଚିତ ହୋଇଛନ୍ତି | ସକାଳ ହେଲେ ଛାତ୍ର,ଛାତ୍ରୀ ମାନେ ପହଂଚି ଯାଉଛନ୍ତି ବିଜୟଙ୍କ ଘରେ | ତେବେ ଆଜିର ଏହି ସମାଜ ବିଜୟଙ୍କୁ ସାଲୁଟ ନିଶ୍ଚୟ କରିବ | କାରଣ ନିଜେ ସକ୍ଷମ ରହି ଘରେ ବସୁଥିବା ବେଳେ ଦିବ୍ୟାଙ୍ଗ ହୋଇ ସମାଜ ପାଇଁ କିଛି କରୁଥିବାରୁ ସ୍ଥାନୀୟ ଅଂଚଳରେ ବିଜୟଙ୍କୁ ବେଶ ପ୍ରଶଂସା କରାଯାଉଛି | ସେ ସରକାରୀ ସହାୟତା ପାଇଁ ଅପେକ୍ଷା କରିଛନ୍ତି । ଯାହା ତାଙ୍କୁ ଆଗକୁ ବଢିବାରେ ସହଯୋଗ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ