Masthead

କନ୍ଦେଇ ଦେଲେ ହସାଉଥିବା ହାସ୍ୟରସିକ

ପିପିଲି (ବଡ଼ ଖବର ବ୍ୟୁରୋ): କନ୍ଦେଇ ଦେଲେ ହସାଉଥିବା ହାସ୍ୟରସିକ । ୮୪ ବର୍ଷରେ ଅଟକି ଯାଇଛି ଜଗା ରାଉତଙ୍କ ମନୋରଥ । ନୀରବି ଯାଇଛି ତାଙ୍କ କଣ୍ଠ ସ୍ୱର । କାନ୍ଦୁଛି ନିମାପଡା ବ୍ଳକ ବଳଙ୍ଗାର କାଳିଆପଦା ଗାଁମାଟି । ଝୁରୁଛନ୍ତି କାଳିଆପଦାର ଗାଁଲୋକେ ଜଗାକୁ । ଆଉ ଶୁଣିବାକୁ ମିଳିବନି ହସର ଫୁକାର । ଆମେ କହୁଛି ଦୀର୍ଘ ୬ ଦଶନ୍ଧିରୁ ଅଧିକ ସମୟର କଳାକାର ଜଗନ୍ନାଥ ରାଉତ ଓରଫ ଜଗା ରାଉତଙ୍କ କଥା । ଯେ କି ୫ଶହ ନାଟକରେ କରିଛନ୍ତି ଅଭିନୟ । ‘ଅନ୍ଧଦେଶେ ଗଲି ଦର୍ପଣ ବିକି’, ଆମ ‘ଗାଁ ରାସ୍ତା ତମ ସହରକୁ’ ଦେଇଥିଲା ତାଙ୍କୁ ଅଭିନେତାର ପରିଚୟ ।

ଯାତ୍ରାକୁ ଜୀବନସାଥିୀ କରିଥିବା ମଞ୍ଚ ମଣିଷ ଜଗା ରାଉତ ଆଉ ନାହାନ୍ତି । କରୋନାର କରାଳ ହାତ ବାନ୍ଧିନେଇଛି ତାଙ୍କୁ । ସେ ସାଜିଛନ୍ତି ସ୍ୱର୍ଗପଥର ଯାତ୍ରୀ । ହେଲେ ଛାଡି ଯାଇଛନ୍ତି ୬୦ ବର୍ଷର ସ୍କୃତି । ଯାହାକୁ ମନେପକାଇବେ ରାଜ୍ୟବାସୀ । ଗତ ୨୨ ତାରିଖରେ ତାଙ୍କୁ ପୁରୀ କଲରା ହସ୍ପିଟାଲରେ କରାଯାଇଥିଲା ଭର୍ତ୍ତି । ପରେ ୨୫ ତାରିଖରେ ନିଆଯାଇଥିଲା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଳକୁ । ଆଉ ଆଜି ସକାଳ ସାଢେ ୯ଟାରେ ତାଙ୍କର ଘଟିଛି ମୃତ୍ୟୁ । ସାତଶଂଖର ଉତ୍ତରାୟଣୀ ଅପେରାରୁ ସେ ଆରମ୍ଭ କରିଥିଲେ ଅଭିନୟ ଜୀବନ । ଏବେ ବି କଳିଙ୍ଗ ଗଣନାଟ୍ୟରେ ଥିଲେ ସାମିଲ । ମାତ୍ର ଆଜିଠୁ ଦେଖିବାକୁ ମିଳିବନି ଆଉ ତାଙ୍କ ଅଭିନୟ । ସାତଶଂଖ ଅପେରାରେ ସେ ଖେଳିଥିଲେ ଲମ୍ବା ଇଂନିସ ।

ଦୀର୍ଘ ୩୦ ବର୍ଷ କାମ କରିଥିଲେ । ପରେ ସେ ଆସିଥିଲେ କୋଣାର୍କ ଗଣନାଟ୍ୟ । ହେଲେ ଦୀର୍ଘ ୩୫ ବର୍ଷ ହେଲା ରହିଥିଲେ କଳିଙ୍ଗ ଗଣନାଟ୍ୟରେ । ରାଜ୍ୟର ପ୍ରତି କୋଣ ଅନୁକୋଣରେ ରହିଛନ୍ତି ତାଙ୍କ ପ୍ରଶଂସକ । କଳା ଆଗରେ ହାର ମାନିଥିଲା ବୟସ । ଭୁଲିଯାଇଥିଲେ ଘରସଂସାର । ଘର କହିଲେ ସେ ବୁଝୁଥିଲେ ରଙ୍ଗମଂଚ । ସଂସାର କହିଲେ ନାଟ୍ୟ ଅନୁଷ୍ଠାନର ଅଭିନେତା ଆଉ ଅଭିନେତ୍ରୀ । ଘରକୁ କରିଥିଲେ ରଙ୍ଗମଂଚଥିଲା ସଂସାର । ତଥାପି ସେଥିରେ ଆପତ୍ତି କରିନଥିଲେ ସ୍ତ୍ରୀ ଆଉ ପିଲା । ରୋଜଗାରକୁ ସେ ଦେଇନଥିଲେ ପ୍ରାଧାନ୍ୟ । କଳାର ନିଶାକୁ କରିଥିଲେ ଆକଣ୍ଠ । ଯେଉଁଥିଲାଗି କଳିଙ୍ଗ ଗଣନାଟ୍ୟରେ ସେ କାଟିଥିଲେ ଜୀବନର ୩୫ ବର୍ଷ । ହାସ୍ୟଭିନେତା ଭାବେ କରିଥିଲେ ଅଭିନୟ । ଗାଁ ଦାଣ୍ଡ ଛାମୁଡିଆ ତଳର ନାଟକରୁ ଝିଲିମିଲି ଆଳୁଅ ଯାଏ ଚାଲିଥିଲା ତାଙ୍କ ଅଭିନୟର ଯାତ୍ରା । ତାଙ୍କ ବିୟୋଗରେ ଜଣାଉଛୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା